ଗଞ୍ଜାମ ଜିଲ୍ଲା ଅବ୍ୟବସ୍ଥା ଘେରରେ ଧରାକୋଟ ବ୍ଲକର ଭୀମଭୋଇ ଦିବ୍ୟାଙ୍ଗ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ |

ଗଞ୍ଜାମ ଜିଲ୍ଲା ଅବ୍ୟବସ୍ଥା ଘେରରେ ଧରାକୋଟ ବ୍ଲକର ଭୀମଭୋଇ ଦିବ୍ୟାଙ୍ଗ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ |

ଗଞ୍ଜାମ ଜିଲ୍ଲା ଅବ୍ୟବସ୍ଥା ଘେରରେ ଧରାକୋଟ ବ୍ଲକର ଭୀମଭୋଇ ଦିବ୍ୟାଙ୍ଗ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ |

ଧରାକୋଟ ୦୩/୦୯/୨୦୨୬ :- ଆଜି ଧରାକୋଟ ବ୍ଲକ ପରିସର ମଧ୍ୟରେ ବିଏସଏସ ସଚିନ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୀମଭୋଇ ଦିବ୍ୟାଙ୍ଗ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ସମ୍ମାନୀତ ଅତିଥିଭାବେ ବି ଡି ଓ ତୃପ୍ତିମୟି ଜେନା,ତହସିଲଦାର ଲମ୍ବୋଦର ମାରାଣ୍ଡି,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଅସିଓ ସବର,ସାଂସଦ ପ୍ରତିନିଧି ମୁନା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦିବ୍ୟାଙ୍ଗ ମାନଙ୍କ ପାଇଁ ରହିଥିବା ସରକାରୀ ସୁବିଧା ସୁଯୋଗ ଓ ଏହାର ସଫଳ ଉପଯୋଗ ଉପରେ ନିଜ ନିଜର ମତ ରଖିଥିଲେ ।ଏ ସି ପି ଅମେସ ବେହେରା ସଂଯୋଜନାରେ ମଞ୍ଚ ପରିଚାଳନା ହୋଇଥିବା ଦେଖିବାକୁ ମିଳିଛି |ଉକ୍ତ କାର୍ଯ୍ୟ କ୍ରମରେ କିଛି ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକଲ ଓ ଭତା ବଣ୍ଟନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ସରକାରଙ୍କ ନିର୍ଦେଶ କ୍ରମେ ପ୍ରତ୍ୟକ ବର୍ଷ ଆୟୋଜନ କରାଯାଉଥିବା ବେଳେ ଧରାକୋଟ ବ୍ଲକର ସମସ୍ତ ଗ୍ରାମ ମାନଙ୍କରେ ଥିବା ସମସ୍ତ ଦିବ୍ୟାଙ୍ଗ ମାନଙ୍କ ଅନୁଭବୀ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଗତ ସମସ୍ୟାର ପରୀକ୍ଷା କରି ସମସ୍ୟା ଜନିତ ଉପକରଣ ପ୍ରଦାନ,ସରକାରଙ୍କ ଠାରୁ ମିଳୁଥିବା ଆନୁସଙ୍ଗିକ ସୁବିଧା ଯେଉଁଭଳି ଭତା,ରାସନ କାର୍ଡ,ଗମନା ଗମନ ପାସ,ଟ୍ରାଇ ସାଇକଲ,ପ୍ରଧାନ ମନ୍ତ୍ରୀ ଆବାସ ଓ ସ୍ଵ ରୋଜଗାର ପନ୍ଥା ଭଳି ଅନେକ ସୁବିଧା ଥିବା ପ୍ରଦର୍ଶନୀରେ ଲାଗିଥିବା ଫଳକରେ ଦେଖିବାକୁ ମିଳିଛି | ଆୟୋଜିତ କାର୍ଯ୍ୟକ୍ରମଟି ସଫଳତାର ସହ ହୋଇନଥିବା ପରିଲକ୍ଷିତ ହୋଇଛି, “ଯେଉଁ ଭଳି ବହୁ ଆଡମ୍ବର ଲଘୁ କ୍ରିୟା” | ମଞ୍ଚ ସାମ୍ନାରେ ପଡିଥିବା ଖାଲି ଚୌକି,ଷ୍ଟଲ ମାନଙ୍କରେ କର୍ମଚାରୀ ମାନଙ୍କ ଖାଲ ପଡିଥିବା ଚୌକି ସହ ସରକାରୀ କର୍ମଚାରୀଙ୍କ ଅସହଯୋଗ ଜଳ ଜଳ ଦେଖାଯାଉଥିଲା | ସୂଚନା ଅନୁସାରେ ଧରାକୋଟ ବ୍ଲକ ରେ ଥିବା ପ୍ରତ୍ୟକ ପଞ୍ଚାୟତର ଜନ ପ୍ରତିନିଧି ମାନଙ୍କୁ ସଠିକ ସୂଚନା ପ୍ରାଦନ ନକରିବା ଭଳି ସଙ୍ଗିନୀ ଅଭିଯୋଗ ମିଳିଛି | ଲୋକେ ପ୍ରଶ୍ନ କରୁଛନ୍ତି ଯଦି ସରକାର ଅନେକ ଟଙ୍କା ଖର୍ଚ କରି କାର୍ଯ୍ୟକ୍ରମ କରୁଛନ୍ତି ଏହାର ସଫଳ ରୂପାୟନ କାହିଁକି ହୋଇ ପାରିଲାନାହିଁ ?ଧରାକୋଟ ରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ