ଟିକାବାଲିର ପୂର୍ବତନ ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ନାୟକଙ୍କ ପରଲୋକ…..

ଟିକାବାଲିର ପୂର୍ବତନ ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ନାୟକଙ୍କ ପରଲୋକ.....

ଟିକାବାଲିର ପୂର୍ବତନ ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ନାୟକଙ୍କ ପରଲୋକ…..

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ପୂର୍ବତନ ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକଙ୍କ ଅକାଳ ବିୟୋଗ ଘଟିଛି।ସୂଚନା ଅନୁସାରେ ଗତକାଲି ରାତ୍ରି ପ୍ରାୟ ୧୦ ଘଣ୍ଟିକା ସମୟରେ ହଠାତ୍ ଶରୀର ଅସୁସ୍ଥ ହୋଇପଡ଼ିବାରୁ ସେ ମୃତ୍ୟୁବରଣ କରିଥିଲେ। ତାଙ୍କର ଏହି ଅକାଳ ବିୟୋଗର ଦୁଃଖଦ ଖବର ପ୍ରକାଶ ପାଇବା ପରେ ସମଗ୍ର ଟିକାବାଲି ବ୍ଲକ ସହିତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।ଶ୍ରୀ ନାୟକ ଜଣେ ଆଦର୍ଶ, ନିଷ୍ଠାବାନ, କର୍ତ୍ତବ୍ୟପରାୟଣ ଏବଂ ସକାରାତ୍ମକ ଭାବନା ସମ୍ପନ୍ନ ଅଧିକାରୀ ଭାବେ ସମସ୍ତଙ୍କ ମନରେ ସ୍ଥାନ ଅଧିକାର କରିଥିଲେ। ତାଙ୍କର ସରଳ ବ୍ୟବହାର, ମଧୁର ଆଚରଣ ଏବଂ ଉଚ୍ଚକୋଟୀର କାର୍ଯ୍ୟଶୈଳୀ ତାଙ୍କୁ ସମସ୍ତଙ୍କର ଅତି ପ୍ରିୟ କରିପାରିଥିଲା।ଟିକାବାଲି ବ୍ଲକର ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ ଓ ଶିକ୍ଷାର ଉନ୍ନତି ପାଇଁ ସେ ପ୍ରମୁଖ ଭୂମିକା ବହନ କରିଥିଲେ। ତାଙ୍କର କାର୍ଯ୍ୟଦକ୍ଷତା, ନିଷ୍ଠା ଓ ଶିକ୍ଷା ପ୍ରତି ଅବଦାନ ସଦା ସର୍ବଦା ସ୍ମରଣୀୟ ହୋଇ ରହିବ।ତାଙ୍କର ବିୟୋଗରେ ପରିବାରରେ ତାଙ୍କର ତିନିଜଣ ପୁଅ, ଜଣେ ଝିଅ ଏବଂ ପତ୍ନୀ ରହିଛନ୍ତି। ତାଙ୍କର ପତ୍ନୀ ବର୍ତ୍ତମାନ ଚକାପାଦ ବ୍ଲକର ବେଡାସୁଗା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।ତାଙ୍କର ଅକାଳ ବିୟୋଗ କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ଟିକାବାଲି ବ୍ଲକର ଶିକ୍ଷା ପରିବାର ପାଇଁ ଏକ ଅପୂରଣୀୟ କ୍ଷତି।