ରାଇକିଆ ସୁଧାକିରଣ କଲେଜରେ ରକ୍ତଦାନ ଶିବିର ଅନୁଷ୍ଠିତ

ରାଇକିଆ ସୁଧାକିରଣ କଲେଜରେ ରକ୍ତଦାନ ଶିବିର ଅନୁଷ୍ଠିତ

ରାଇକିଆ ସୁଧାକିରଣ କଲେଜରେ ରକ୍ତଦାନ ଶିବିର ଅନୁଷ୍ଠିତ….

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ରାଇକିଆ ସୁଧାକିରଣ କଲେଜରେ ସମ୍ବାଦ ଓ ଜାତୀୟ ସେବା ଯୋଜନା,ରେଡକ୍ରସ ର ମିଳିତ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଏହି ଶିବିରକୁ ଉଦଘାଟନ କରି କହିଥିଲେ l ଆଜିର ଏହି ରକ୍ତ ଦାନ ଶିବିର ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ସଂସାରରେ ସବୁଠାରୁ ପୁଣ୍ୟ କାର୍ଯ୍ୟ ହେଉଛି ରକ୍ତ ଦେଇ ଅନ୍ୟର ଜୀବନ ବଞ୍ଚେଇବା । ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ରକ୍ତଭଣ୍ଡାରର ଡାକ୍ତର ଜୟ ଦୀପ ଘୋଷ ଏବଂ ଟିମ୍ ପ୍ରଶାନ୍ତ କୁମାର ରତ୍ନ।ଲୁ,ଶ୍ରୀକାନ୍ତ ,ବରୁଣ ବେହେରା ,ଅର୍ଚ୍ଚନା ପ୍ରଧାନ ଛାତ୍ର,ଛାତ୍ରୀ ଙ୍କ ଠାରୁ ୩୩ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଅଧ୍ୟାପକ ଡ଼. ସନ୍ତୋଷ କୁମାର ନାୟକ ,ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର୍ ଅଧ୍ୟାପକ ନିଳାଞ୍ଚଳ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷ ଡ, ଶ୍ୟାମ ସୁନ୍ଦର ଡ଼।ଙ୍ଗୁଆ ଅଧ୍ୟାପକ ଧର୍ମେନ୍ଦ୍ର ଦିଗାଲ,ଆଲୋକ ରଞ୍ଜନ ପରିଚ୍ଛା ,ବିଭୂଷଣ ପ୍ରଧାନ,ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ବେହେରା ,ବିଜୟଲକ୍ଷ୍ମୀ ଦୋରା,ନମିତା ମହାରଣା ଏବଂ ଜାତୀୟ ସେବା ଯୋଜନା,ଯୁବ ରେଡକ୍ରସ ର ଛାତ୍ର ,ଛାତ୍ରୀସହଯୋଗ କରିଥିଲେ ।