ଦନ୍ତା ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ତେଜିଲା ଜନ ଆନ୍ଦୋଳନ -ବିଭିନ୍ନ ଦାବିନେଇ ଶୋଭାଯାତ୍ରା …………………….. କନ୍ଧମାଳ -୧/୯/: (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଓରଦା (ORDA)ଏବଂ ସଚେତନ ନାଗରିକ ଓ ସମାଜସେବୀ ସଂଘ, ଟିକାବାଲି କନ୍ଧମାଳ ତରଫରୁ ଟିକାବାଲି ରେ ୧୩ ଦଫା ଦାବି ବିଶିଷ୍ଟ ଏକ ଜନ କଲ୍ୟାଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଜନ ଶୋଭଯାତ୍ରା ର ମୁଖ୍ୟ ଉଦେଶ୍ୟ ଦନ୍ତା ହାତୀକୁ କନ୍ଧମାଳ ଜିଲ୍ଲା ରୁ ଅନ୍ୟତ୍ର ସ୍ଥାନାନ୍ତର କରିବା l ୨.ହାତୀଦ୍ୱରା ମୃତ୍ୟୁ ପରିବାରକୁ ୨୦ ଲକ୍ଷ ସହାୟତା ଦେବା l ୩.ଜଙ୍ଗଲ ଅଞ୍ଚଳ ଗାଁ ମାନଙ୍କରେ ସୋଲାର ଲାଇଟି ସଂଯୋଗ କରିବା ୪. ହାତୀ ଘର ଭାଙ୍ଗିଦେଇଥିବା ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇଦେବା l ୫. ହାତୀପାଇଁ ଜଙ୍ଗଲରେ ଖାଦ୍ୟପ୍ରସ୍ତୁତ କରିବା, ହାତୀଦାଉରୁ ସୁରକ୍ଷା ପାଇଁ ପ୍ରତି ଘରେ ପାଇଖାନା ନିର୍ମାଣ କରିବା l ୬. ହାତୀର ଗତିବିଧି ଉପରେ ଅଞ୍ଚଳବାସୀଙ୍କୁ ସଜାଗ କରିବା l ୭.ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ପେସାଲିଷ୍ଟ ଡାକ୍ତର ନିଯୁକ୍ତି ଦେବା l ୮. ସରକାର ଙ୍କ ପ୍ରତିଶୃତି ଅନୁସାରେ ବୃଦ୍ଧ ବାପା ମାନଙ୍କୁ ୩୫୦୦ ଟଙ୍କା ଭତା ପ୍ରଦାନ କରିବା l ୯. ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ପାଇଁ ଆହାର କେନ୍ଦ୍ର ଖୋଲିବା l ୧୦.ଆବାସ ଘରର ମୂଲ୍ୟ ୫ ଲକ୍ଷ କୁ ବୃଦ୍ଧି କରିବା l ୧୧. କରେଣ୍ଟ ବିଲି ୩୦୦ ୟୁନିଟ ହ୍ରlସ କରିବା ଇତ୍ୟାଦି ଦାବିର ସଫଳ ଫଳପ୍ରଦ ପାଇଁ ଟିକାବାଲି ଗୋଷ୍ଠୀ ଉର୍ନୟନ ଅଧିକାରୀଙ୍କ ଅନୁପସ୍ତିରେ ସେକେସନ ଅଫିସର ବଡ଼ବାବୁ ଶ୍ରୀ ଯୁକ୍ତ ସୂବେନ୍ଦ୍ର ସାହୁ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ଆଜିର ଶୋଭାଯାତ୍ରା ରେ ସଙ୍ଘର ସଭାପତି କ୍ରିଷ୍ଣା ଚନ୍ଦ୍ର ଡିଗାଲ, ସମ୍ପାଦକ ସଂଜୀବ ଡିଗାଲ, ନାରୀସୁରକ୍ଷା ମହିଳା ମହାସଂଘ ର ସଭାନେତ୍ରୀ ସୁଜତା ମଲିକ, ୱାର୍ଡ ସଭ୍ୟା ଲତିମା ଡିଗାଲ, ସରପଞ୍ଚ ଗଦଗୁଡା ପୁଷ୍ପଲତା ପ୍ରଧାନ, ପଡାଙ୍ଗି ସରପଞ୍ଚ ବିଜୟ ଲକ୍ଷ୍ମୀ ପ୍ରଧାନ, ଗିରୁଟି ୱାର୍ଡ ମେମ୍ବର ସୁବାସ ପ୍ରଧାନଙ୍କ ସମେତ କଳାକାର ମହାସଂଘ, ଜୀବିକା ସୁରକ୍ଷା ମଞ୍ଚ, ନାରୀସୁରକ୍ଷା ମହିଳା ମହାସଂଘ ତଥା ଉଦୟଗିରି, ରାଇକିଆ, ଚକାପାଦ ଓ ଟିକାବାଲି ଅଞ୍ଚଳବାସୀ ଯୋଗଦାନ ଦେଇଥିଲେ l
ଦନ୍ତା ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ତେଜିଲା ଜନ ଆନ୍ଦୋଳନ -ବିଭିନ୍ନ ଦାବିନେଇ ଶୋଭାଯାତ୍ରା …..
