ଡ଼ାଞ୍ଜୁ ଗ୍ରାମରେ ବିଦ୍ୟୁତ କାର୍ଯ୍ୟ ସଫଳ କରାଇଲେ ନୀଳାମ୍ବର କହଁର…
.କନ୍ଧମାଳ :(ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ପକାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଞ୍ଜୁ ଗ୍ରାମ ରେ ୩୨ ଘର ପରିବାର ବସବାସ କରୁଛନ୍ତି। ଦୀର୍ଘଦିନ ହେଲା ଟ୍ରାନ୍ସଫର ଟି ଖରାପ ହୋଇଯାଇ ଥିବାରୁ ଗ୍ରାମବାସୀ ମାନେ ବିଦ୍ୟୁତ ସମସ୍ୟା ରେ ଅତ୍ୟନ୍ତ ଅସୁବିଧା ଭୋଗୁଥିଲେ। ଏହା ଫଳରେ ଛାତ୍ର ଛାତ୍ରୀ ମାନଙ୍କ ର ସବୁଦିନ ସନ୍ଧ୍ୟା ସମୟ ରେ ପାଠପଡା କିମ୍ବା ଘରୋଇ କାର୍ଯ୍ୟ ରେ ପ୍ରଭାବିତ ହେଉଥିଲା। ଏଣୁ ଗ୍ରାମବାସୀ ଚିନ୍ତାକରି ପୂର୍ବରୁ ସିପାଞ୍ଜିରୀ ଗ୍ରାମର ବିଦ୍ୟୁତ ସେବା ତିନି ମାସ ହେଲା ବନ୍ଦ ରହିଥିଲା। ଏହା କାର୍ଯ୍ୟ କରିବାକୁ ଗ୍ରାମବାସୀ ଫୁଲବାଣୀ ବିଧାୟକ ପ୍ରତନିଧି ସ୍ୱାସ୍ଥ୍ୟ ବିଭାଗ ନୀଳାମ୍ବର କହଁର ଙ୍କୁ ଜଣାଇଥିଲେ। ଏହି କାମଟି କୁ ତୁରନ୍ତ ପଦକ୍ଷେପ ନେଇ ବିଦ୍ୟୁତ ବିଭାଗ ଅଧିକାରୀ ଙ୍କୁ ଯୋଗାଯୋଗ କରି ଆଲୋଚନା କରିଥିଲେ। ଶେଷରେ ତାଙ୍କ କଥା କୁ ଗୁରୁତ୍ୱଦେଇ ଅଧିକାରୀ ମାନେ ବିଦ୍ୟୁତ କାର୍ଯ୍ୟ ସଫଳ କରିଥିଲେ। ତାହା ଡ଼ାଞ୍ଜୁ ଗ୍ରାମର ଲୋକମାନେ ମଧ୍ୟ୍ୟ ତାଙ୍କୁ ଖଵର ଦେଇ ତାଙ୍କ ମାଧ୍ୟ୍ୟମରେ କାର୍ଯ୍ୟ ସଫଳ ହୋଇଥିଲା। ସେଥିଯୋଗୁ ଡ଼ାଞ୍ଜୁ ଗ୍ରାମର ଲୋକମାନେ ବିଦ୍ୟୁତ ବିଭାଗ ଅଧିକାରୀ ଏବଂ ବିଧାୟକ ପ୍ରତିନିଧି ସ୍ୱାସ୍ଥ୍ୟ ବିଭାଗ ନୀଳାମ୍ବର କହଁର ଙ୍କୁ ଧନ୍ୟବାଦ ଦେଇଥିଲେ।
