ଇସିଙ୍କ ଦରମାରୁ ୨୭ ହଜାର ଠକି ନେଇଥିବା ଅଭିଯୋଗ ।

ଇସିଙ୍କ ଦରମାରୁ ୨୭ ହଜାର ଠକି ନେଇଥିବା ଅଭିଯୋଗ ।

ଇସିଙ୍କ ଦରମାରୁ ୨୭ ହଜାର ଠକି ନେଇଥିବା ଅଭିଯୋଗ ।

ଗଜପତି ୨୮।୮(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ମହେନ୍ଦ୍ରଗଡ଼ ପଞ୍ଚାୟତ ଡେରବା ଓ କୁରୁତଲ ଆଞ୍ଚଳିକ ମଞ୍ଚ ମା’ ଲକ୍ଷ୍ମୀ ଏସ୍‌ଏଚ୍‌ଜିର ଇସି ସଦସ୍ୟ ଜୟନ୍ତୀ ବଡରଇତଙ୍କ ଦରମା ଟଙ୍କାରୁ ୨୭ ହଜାର ଟଙ୍କା ସ୍ଥାନୀୟ ସିଆରପି ଓ ଏମ୍‌ବିକେ ନେଇଥିବା ଅଭିଯୋଗ ହୋଇଛି। ଏନେଇ ଜୟନ୍ତୀ ସୋମବାର ମୋହନାଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଏ ଡି ଏମ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ, ଇସି ସଦସ୍ୟ ଭାବେ ଜୟନ୍ତୀଙ୍କୁ ମାସିକ ୧୫ ଶହ ଟଙ୍କା ଦରମା ମିଳୁଥିବାବେଳେ ୨୭ ମାସର ୪୫ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଆସିଥିଲା। ଏହାପରେ ସ୍ଥାନୀୟ ସିଆରପି ଓ ଏମ୍‌ବିକେ ତାଙ୍କୁ ‘କୌଣସି କାମ କରିନାହଁ’ ଦର୍ଶାଇ ୨୭ ହଜାର ଟଙ୍କା ଦାବି କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଭୟରେ ବାଧ୍ୟ ହୋଇ ସେ ଟଙ୍କା ଦେଇଥିବା କହିଛନ୍ତି।ଘଟଣାର ତଦନ୍ତ କରାଯାଇ ତାଙ୍କ ଟଙ୍କା ଫେରସ୍ତ କରିବା ସହ ସମ୍ପୃକ୍ତ ସିଆରପି ଓ ଏମ୍‌ବିକେଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନେବାକୁ ଜୟନ୍ତୀ ଦାବି କରିଛନ୍ତି। ଅନ୍ୟପକ୍ଷରେ, ରା.ଉଦୟଗିରି ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ଏଭଳି ଟଙ୍କା ନେବା ନେଇ ଚର୍ଚ୍ଚା ହେଉଥିବାରୁ ଏହାର ସତ୍ୟାସତ୍ୟ ତଦନ୍ତ ପାଇଁ ମହିଳା ଗ୍ରୁପ୍‌ଗୁଡ଼ିକ ଦାବି କରିଛନ୍ତି।