୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ, ଚମ୍ପଟ ମାରିଲେ ମାଫିଆ ।

୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ, ଚମ୍ପଟ ମାରିଲେ ମାଫିଆ ।

୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ, ଚମ୍ପଟ ମାରିଲେ ମାଫିଆ ।

ଗଜପତି ,୨୮।୮(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଏକ ପ୍ରକାର ଗଞ୍ଜେଇ ଚୋରାଚାଲାଣର ଚରାଭୂଇଁ ପାଲଟିଛି । ବିଭିନ୍ନ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରୁ ବାରମ୍ବାର ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଥିବା ଘଟଣା ଦେଖିବାକୁ ମିଳିଛି । ପୁଣି ଥରେ ମୋହନା ପୋଲିସ ଜଙ୍ଗଲର ନିଛାଟିଆ ସ୍ଥାନରୁ ଶହେ କିଲୋ ଗଞ୍ଜେଇ ଜବତ କରିଛି। ମୋହନା ଥାନା ଏସଆଇ ପଙ୍କଜ ଦାଶଙ୍କ ନେତୃତ୍ଵରେ କର୍ମଚାରୀମାନେ ଚାନ୍ଦିପୁଟ ପଞ୍ଚାୟତ ଅଧିନ ରାଣୀଖମା ଗାଁ ନିକଟରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ୪ଟି ଜରି ବସ୍ତାରେ ରହିଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି।ଗଞ୍ଜେଇ ଓଜନ ୧୦୦ କିଲୋ ବୋଲି ଜଣାପଡ଼ିଛି । ଦୂରରୁ ପୋଲିସକୁ ଦେଖି ମାଫିଆମାନେ ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିଲେ । ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବୋଲି ଥାନା ଅଧିକାରୀ ଓମ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।