ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ ତମ ଜୟନ୍ତୀ ସମରସ ସଂକଳ୍ପ ଅଭିଯାନ ଶୋଭାଯାତ୍ରା ରେ ଜନ ସମାଗମ

ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ ତମ ଜୟନ୍ତୀ ସମରସ ସଂକଳ୍ପ ଅଭିଯାନ ଶୋଭାଯାତ୍ରା ରେ ଜନ ସମାଗମ

ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ ତମ ଜୟନ୍ତୀ ସମରସ ସଂକଳ୍ପ ଅଭିଯାନ ଶୋଭାଯାତ୍ରା ରେ ଜନ ସମାଗମ ରାୟଗଡ (ସ୍ୱ ପ୍ର ) – ରାୟଗଡ ଜିଲ୍ଲା ବିଜେପି ତରଫରୁ ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ୬୫୦ ତମ ଜୟନ୍ତୀ ଅବସରରେ ସମରସ ସଂକଳ୍ପ ଅଭିଯାନ ଅନ୍ତର୍ଗତ ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା ସହିତ ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଶତାଧିକ ସାଧୁ ସନ୍ଥଙ୍କ ଯୋଗଦାନ ସହିତ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଓ କଳସ ଧାରୀ ସମ୍ମିଳନୀରେ ଯୋଗ ଦେଇଥିଲେ। ଉପସ୍ଥିତ ସାଧୁସନ୍ଥଗଣ ଜନସାଧାରଣ ଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ରାୟଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ବିଦ୍ୟା ଶବରଙ୍କ ନେତୃତ୍ୱରେ ବିଜେପି ରାୟଗଡ ର ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଜଗନାଥ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପୌର ପରିଷଦ ନିକଟରେ ଥିବା ବିଜୁ ଏଡ଼ିଟରିୟମ ରେ ପହଂଚିଥିଲେ l ଆଜିର ଏହି ର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସଡିସି ଅଧ୍ୟକ୍ଷ ବିଦ୍ୟାଧର ଶବର, ଉପାଧ୍ୟକ୍ଷ ମଂଜୁଳା ମିଣିୟାକା, ରାଜ୍ୟ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ୟାଲା ଭେଙ୍କେଟେଶ୍ୱର ରାଓ ( କୋଣ୍ଡାବାବୁ ), ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅଶ୍ୱିନୀ କଂଚାଡ, କାଳିରାମ ମାଝୀ, ବସନ୍ତ ଉଲ୍ଲକା , କୋଲନରା ବ୍ଲକ ଉପାଧ୍ୟକ୍ଷ ବେଲଧର ହିମିରିକା, ପୂର୍ବତନ ଜିଲ୍ଲା ସଭାପତି ରଜତ ମାଦଳା, ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି ଉମେଶ ଖୋସଲା ପ୍ରମୁଖ ଉପସ୍ଥିତ ଥିଲେ । ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଉପଲକ୍ଷେ ଜଗନ୍ନାଥ ମନ୍ଦିର ଠାରୁ ବିଜେପିର ଶତାଧିକ କର୍ମୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବିଜୁ ପଟନାୟକ ଅଡିଟୋରିୟମ ଠାରେ ପହଂଚିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡ, ନିଜ ବକ୍ତବ୍ୟରେ ଜନ୍ମ ନୁହେଁ କର୍ମ ଓ ଆଚରଣ ଦ୍ୱାରା ମନୁଷ୍ୟର ମହାନତା ନିର୍ଣ୍ଣୟ ହୁଏ। ଗୁରୁ ରବିଦାସଜୀଙ୍କ ଏହି ଭଳି ସେତେବେଳେ ସମାଜରେ ସଂସ୍କାର ଆଣିବାରେ ସଫଳ ହୋଇଥିଲା। ଚମାର ପରିବାରରେ ଜନ୍ମ ହୋଇ ମଧ୍ୟ ନିଜ କର୍ମ ଓ ବିଚାର ମାଧ୍ୟମରେ ସେ ପୂଜ୍ୟ ହୋଇ ପାରିଥିଲେ। ଅସ୍ପୃଶ୍ୟତା ବିରୋଧରେ ସଂଗ୍ରାମ ଏବଂ କବିତା ଓ ଦୋହା ମାଧ୍ୟମରେ ସେ ପରିବର୍ତର୍ନ ଆଣି ପାରିଥିଲେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ରାୟଗଡ ସହର ବରିଷ୍ଠ ସମାଜସେବୀ ହସମୁଖ ହାକୁଭାଇ, ରାୟଗଡ ଜ଼ିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ରଂଜିତା କରଡା, ବିଜେପି କୋଷାଧ୍ୟକ୍ଷ ଶାନ୍ତନୁ ସୁବୁଦ୍ଧି, ମାଝିଗୁଡା ମଣ୍ଡଳ ସଭାପତି ଅନିଲ ଜାଡି ପ୍ରମୁଖ ଉପସ୍ଥିତ ଥିଲେ ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ