Home / Odisha News / ଆଦିବାସୀ ନେତା ରଦନ ମଲିକଙ୍କ ଦେହାନ୍ତ….

ଆଦିବାସୀ ନେତା ରଦନ ମଲିକଙ୍କ ଦେହାନ୍ତ….

ଆଦିବାସୀ ନେତା ରଦନ ମଲିକଙ୍କ ଦେହାନ୍ତ....

ଆଦିବାସୀ ନେତା ରଦନ ମଲିକଙ୍କ ଦେହାନ୍ତ….

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ଡୁଟୁକା ଗାଁ ଗ୍ରାମର ଜଣେ ଦକ୍ଷ ଆଦିବାସୀ ନେତା ତଥା କନ୍ଧମାଳ ଜିଲ୍ଲାର ପୂର୍ବତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦ, ଅଧ୍ୟକ୍ଷ ଶ୍ରୀ ରଦନ ମଳିକଙ୍କ ଦେହାନ୍ତ ଖବର ନିଜ ଅଞ୍ଚଳରେ ତଥା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ରଦନ ମଲିକ ଜଣେ ଉତ୍ତମ ନମ୍ର ସରଳ ଆଦିବାସୀ ରାଜନେତା ମଧ୍ୟ ଥିଲେ। ତାଙ୍କର ପରଲୋକରେ କନ୍ଧମାଳ ଜିଲ୍ଲା ଏକ ସୁଦକ୍ଷ ନେତୃତ୍ୱକୁ ହରେଇଛି। ସୂଚନା ପ୍ରକାରରେ ଦୀର୍ଘ ଦିନ ହେବ ଶ୍ରୀ ମଲିକ ରୋଗ ଶଯ୍ୟାଶାୟୀ ହୋଇ ରହିଥିଲେ l ସେ ପୂର୍ବରୁ ଭୁବନେଶ୍ୱର ସମ ହସ୍ପିଟାଲ ରେ କୀଡୀନି ରୋଗ ରେ ପୀଡିତ ହୋଇ ଚିକତ୍ସା ହେଉଥିଲେ l ମଝିରେ ମଝିରେ ସୁସ୍ଥତା ଅନୁଭବ କରିବା ସହିତ ଠିକ ଭାବରେ ଚପ୍ରଚଳ ମଧ୍ୟ କରିପାରୁଥିଲେ l ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରେ ଜନସାଧାରଣ ଙ୍କ ସୁଖ ଦୁଃଖ ରେ ରହି ତାଙ୍କର ସୁ ପରିଚିତ ଅସ୍ଥା ଭାଜନ ହୋଇଥିଲେ ସ୍ୱର୍ଗତ ଶ୍ରୀ ଲଳିକ l ତାଙ୍କର ରାଜନୌତିକ କେରିୟର ବହୁତ ଲମ୍ବା ଥିଲା l ଏହି ଦୁଃଖଦ ପରିସ୍ଥିତିରେ ଟିକାବାଲି ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ବିଜେଡ଼ି କର୍ମୀ, ଅନ୍ୟାୟ ଭାଇ ଓ ଭଉଣୀ ଶୋକାକୁଳ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ଭଗବାନଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।