ଟିପିଏସ୍ଓଡିଏଲ୍ ତରଫରୁ ଭୂତଳ ବିଦ୍ୟୁତ ସଂଯୋଗ ସହିତ ଛତ୍ରପୁରର ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ୀକରଣ

ଟିପିଏସ୍ଓଡିଏଲ୍ ତରଫରୁ ଭୂତଳ ବିଦ୍ୟୁତ ସଂଯୋଗ ସହିତ ଛତ୍ରପୁରର ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ୀକରଣ

ଟିପିଏସ୍ଓଡିଏଲ୍ ତରଫରୁ ଭୂତଳ ବିଦ୍ୟୁତ ସଂଯୋଗ ସହିତ ଛତ୍ରପୁରର ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ୀକରଣ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏସ.ପି ଅଫିସ ସମେତ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ନିରବଚ୍ଛିନ୍ନ ଭୂତଳ ବିଦ୍ୟୁତ ଯୋଗାଣ- ଏହି ଭରସାଯୋଗ୍ୟ ବିଜୁଳି ସେବାରୁ ଏବେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ବାସିନ୍ଦା ଏବଂ ପ୍ରମୁଖ ବ୍ୟାବସାୟିକ ଅଞ୍ଚଳ ଉପକୃତ- ଉନ୍ନତ ସିଷ୍ଟମ ସହିତ ଉପର ଏବଂ ତଳ ବସ୍ ଷ୍ଟାଣ୍ଡକୁ ନିରବଚ୍ଛିନ୍ନ ସଂଯୋଗ ଓ ବ୍ୟାକଅପ୍ ବ୍ୟବସ୍ଥା

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍), ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ତରଫରୁ ଛତ୍ରପୁରରେ ୩.୪କିମି ଭୂତଳ ବିଦ୍ୟୁତ ସଂଯୋଗ ହୋଇଛି । ଏହି ପ୍ରକଳ୍ପ ଜିଲ୍ଲା ମୁଖ୍ୟାଳୟ ପାଇଁ ଭରସାଯୋଗ୍ୟ ଏବଂ ଗୁଣାତ୍ମକ ବିଜୁଳି ସଂଯୋଗ ସୁନିଶ୍ଚିତ କରେ । ନୂତନ ୧୧ କେଭି ଭୂତଳ ବିଦ୍ୟୁତ ନେଟୱର୍କ ପ୍ରମୁଖ ସରକାରୀ ଏବଂ ପ୍ରାଶାସନିକ କାର୍ଯ୍ୟାଳୟ ପାଇଁ ଭରସାଯୋଗ୍ୟ, ନିରବଚ୍ଛିନ୍ନ ଏବଂ ଝଡ଼ ତୋଫାନ ସମୟରେ ବିଦ୍ୟୁତ ସେବା ସୁନିଶ୍ଚିତ କରେ । ଏଥିରେ ସଂଯୁକ୍ତ ହୋଇଥିବା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏସ୍ ପି ଅଫିସ ଏବଂ ଛତ୍ରପୁରର ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଅନ୍ତର୍ଭୁକ୍ତ ।ସାଧାରଣ ପ୍ରଶାସନ କାର୍ଯ୍ୟାଳୟରେ ସେବା ପ୍ରଦାନ କରିବା ବ୍ୟତୀତ, ନୂତନ ଭୂତଳ ନେଟୱର୍କ ଛତ୍ରପୁରର ପ୍ରାୟ ୧,୦୦୦ ବାସିନ୍ଦାଙ୍କୁ ସୁରକ୍ଷିତ ଏବଂ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଇଥାଏ । ଏହା ସହରର ପ୍ରମୁଖ ବାଣିଜ୍ୟିକ ହବ୍ ପାଇଁ ବିଦ୍ୟୁତ ଯୋଗାଣକୁ ମଧ୍ୟ ସୁନିଶ୍ଚିତ କରିଥାଏ । ଏହି ପ୍ରକଳ୍ପରୁ ଉପକୃତ ହେଉଥିବା ପ୍ରମୁଖ ଅଞ୍ଚଳଗୁଡ଼ିକ ହେଉଛି ହାଇସ୍କୁଲ ରୋଡ୍, କାରିଣୀ ସାହି, ମାଛ ବଜାର ରାସ୍ତା, ଛତ୍ରପୁର ମେନ୍ ରୋଡ୍, ନୀଳକଣ୍ଠ ସାହି, କପିଳା ସାହି ଏବଂ ପାତ୍ର ସାହି ।ଏହି ପ୍ରକଳ୍ପର ଏକ ପ୍ରମୁଖ ବୈଷୟିକ ବିଶେଷତ୍ୱ ହେଉଛି ତଳ ବସଷ୍ଟାଣ୍ଡ ଫିଡର ଏବଂ ଉପର ବସଷ୍ଟାଣ୍ଡ ଫିଡର ମଧ୍ୟରେ ଏକ ଉନ୍ନତ ଆନ୍ତଃସଂଯୋଗ । ଉଭୟ ଫିଡର୍ ଛତ୍ରପୁର ପ୍ରାଥମିକ ସବଷ୍ଟେସନ୍ ଦ୍ୱାରା ଚାଳିତ ।ଭୂତଳ କେବଲିଂ ମାଧ୍ୟମରେ ଏହି ଦୁଇଟି ଫିଡରକୁ ସଂଯୋଗ କରି, ଟିପିଏସ୍ଓଡିଏଲ୍ ବର୍ତ୍ତମାନ ବିଦ୍ୟୁତକୁ ଅଧିକ ଦକ୍ଷତାର ସହିତ ପୁନଃମାର୍ଗ କରିପାରିବ । ଏଥିସହିତ ଜରୁରୀକାଳୀନ ପରିସ୍ଥିତିରେ ବ୍ୟାକଅପ୍ ବ୍ୟବସ୍ଥା କରାଯାଇପାରିବ । ରକ୍ଷଣାବେକ୍ଷଣ କିମ୍ୱା ଜରୁରୀକାଳୀନ ବ୍ରେକଡାଉନ୍ ସମୟରେ ଏହା ବିଦ୍ୟୁତ ପରିଚାଳନାକୁ ଅଧିକ ସହଜ କରିଥାଏ। ଏହାଦ୍ୱାରା ସମଗ୍ର ସହରକୁ ବିନା ବାଧାରେ ନିରନ୍ତର ବିଜୁଳି ସୁନିଶ୍ଚିତ ହୋଇପାରିବ ।ଏ ସମ୍ପର୍କରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ଆମର ବିତରଣ ନେଟୱର୍କକୁ ସୁଦୃଢ଼ ଏବଂ ସୁରକ୍ଷିତ ଭୂତଳ ଭିତ୍ତିଭୂମି ସହିତ ଆଧୁନିକୀକରଣ କରିବା ଟିପିଏସ୍ଓଡିଏଲର ଏକ ପ୍ରମୁଖ ଲକ୍ଷ୍ୟ । ଛତ୍ରପୁର ହେଉଛି ଗଞ୍ଜାମ ଜିଲ୍ଲାର ପ୍ରାଶାସନିକ କେନ୍ଦ୍ର । ଏଥିସହିତ ସୁଗମ ଜନସେବା ଓ ଜରୁରୀକାଳୀନ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏସପି ଅଫିସ ଏବଂ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଭଳି ପ୍ରମୁଖ ଅନୁଷ୍ଠାନ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଜରୁରୀ । ଏହି ୩.୪ କିଲୋମିଟର ଭୂତଳ କେବଲିଂ ପ୍ରକଳ୍ପ କେବଳ ଆମର ବିଦ୍ୟୁତ ନେଟୱାର୍କକୁ ପ୍ରତିକୂଳ ପାଣିପାଗ ସମୟରେ ସୁରକ୍ଷିତ କରେ ନାହିଁ ବରଂ ବ୍ୟସ୍ତବହୁଳ ବାଣିଜ୍ୟିକ ରାସ୍ତାରେ ୧,୦୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦା ଏବଂ ଦୋକାନୀଙ୍କ ପାଇଁ ସୁରକ୍ଷା ଏବଂ ବିଶ୍ୱସନୀୟତା ବୃଦ୍ଧି କରେ” ।ଟିପିଏସ୍ଓଡିଏଲ୍ ଏହାର ସମସ୍ତ ଗ୍ରାହକଙ୍କୁ ନିରବଚ୍ଛିନ୍ନ, ସୁରକ୍ଷିତ ଏବଂ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ପାଇଁ ତଥା ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ପ୍ରତିବଦ୍ଧ ରହିଛି ।