ଆକସ୍ମିକ ଦୁର୍ଘଟଣା ରେ ଚାଲିଗଲା ଯୁବକ ଙ୍କ ଜିବନ ବାହୁନୀ କାନ୍ଦୁଛନ୍ତି ବାପା ମାଁ

ଆକସ୍ମିକ ଦୁର୍ଘଟଣା ରେ ଚାଲିଗଲା ଯୁବକ ଙ୍କ ଜିବନ ବାହୁନୀ କାନ୍ଦୁଛନ୍ତି ବାପା ମାଁ

*ଆକସ୍ମିକ ଦୁର୍ଘଟଣା ରେ ଚାଲିଗଲା ଯୁବକ ଙ୍କ ଜିବନ ବାହୁନୀ କାନ୍ଦୁଛନ୍ତି ବାପା ମାଁ* ————————————– ଭଞ୍ଜନଗର ଶିଶୁ ମନ୍ଦିର ପାର୍ଶ୍ଵ ଜାମପଲ୍ଲୀ ରାସ୍ତା ଛକ ପାଖରେ ଥିବା ଏକ ଦୋକାନ ଘର ଉପରେ ଥିବା ବିଦ୍ୟୁତ ତାରରେ ଲୁହା ଫ୍ଲେକ୍ସ ବେନେର୍ ଫ୍ରେମ ଲାଗି ଯୁବକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।କୁଲାଡ଼ ଗ୍ରାମର ଜଣେ ଜଣାଶୁଣା ତଥା ସୁମଧନ୍ୟ ରୋଷେଇୟା ଭାବରେ ପରିଚିତ ବନମାଳୀ ପାତ୍ର (ଟୁନାପାତ୍ର) ଙ୍କ ବଡ଼ପୁଅ ବିଶ୍ୱଜିତ ପାତ୍ର ,ବଳିଆ (୨୫) ର ଆଜି ସକାଳେ ସମୟରେ ଭଞ୍ଜନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନିକଟରେ ଥିବା ଏକ ଦୋକାନ ଘର ଉପରେ ବିଦ୍ୟୁତ ଆଘାତରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି। ଆଜି ସକାଳ ସମୟରେ ବାଗଦେବୀ ରୋଡ଼ ତଥା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପାଶ୍ଵ ଠାରେ ଏକ ଟିଫିନ ହୋଟେଲ ଉପରେ ବୋର୍ଡ ମାରିବାକୁ ଯାଇଥିବା ବେଳେ ବିଦ୍ଵୁତ୍ଆଘାତର ଶିକାର ହୋଇଥିଲେ। ଘଟଣା ସ୍ଥଳର ଲୋକମାନେ ତାକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବର୍ତମାନ ସେ ଭଞ୍ଜନଗର ସହରର ରେଡ୍ କ୍ରସ୍ ରୋଡ ଠାରେ ରହୁଥିଲେ। ଅତି ଜଣାଶୁଣା ରୋଷେୟା ଟୁନା ପାତ୍ର ଙ୍କ ଦୁଇପୁଅ ମଧରୁ ବିଶ୍ଵଜିତ ପାତ୍ର ବା ବଳିଆ ହେଉଛନ୍ତି ଘରର ବଡପୁଅ। ଆଜି ବିଶ୍ଵଜିତ ଙ୍କ ଆକସ୍ମିକ ଦୁର୍ଘଟଣା ମୃତ୍ୟୁ କୁ ନେଇ ଭାଂଗି ପଡ଼ିଛନ୍ତି, ତାଙ୍କ ବାପା, ମାଁ ପରିବାର ବର୍ଗ। ତତ୍ ସହିତ ଏହି ଘଟଣାରେ ସ୍ଥନୀୟ ଅଂଚଳରେ ଶୋକାକୁଳ ପରିବେଶ ହୋଇଯାଇଛି।