ସିଜିମାଳି ବଞ୍ଚାଅ ପାଇଁ ହ୍ୟୁମାନ ରାଇଟ ପ୍ରୋଟେକ୍ସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ରାୟଗଡ( info media) ରାୟଗଡ ଜ଼ିଲ୍ଲା କାଶୀପୁର ବ୍ଲକ ସିଜିମାଳି ପାହାଡ଼ ବଞ୍ଚାଅ ବଞ୍ଚାଓ ନେ ବହୁତ ଦିନ ହେଲା ଦାବି କରି ଆସୁଅଛନ୍ତି ସ୍ଥାନୀୟ ଅଂଚଳ ଆଦିବାସୀ ମାନେ । ସେଥିପାଇଁ ଏହି ସିଜିମାଳୀ ବଞ୍ଚାଓ ନେଇ ହୁମେନ ରାଇଟ ପ୍ରୋଟେକ୍ସନ ରାୟଗଡ ପକ୍ଷରୁ ଜୟନ୍ତୀ ମହାନନ୍ଦିଆ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ଥାନୀୟ ସିଜିମାଳୀ ବାସୀ ଙ୍କୁ କିପରି ପୋଲିସ ଅତ୍ୟାଚାର କରୁଛି ସେହି ଉପରେ କହିଥିଲେ l ସେ କହିଛନ୍ତି ଜେ ଦେଶରେ ରାଷ୍ଟ୍ରପତି ହେଇଛନ୍ତି ଜଣେ ଓଡିଶା ମାଟିର ଆଦିବାସୀ ଓ ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ କୌଣସି ନ୍ୟାୟ ମିଳିଲା ନାହିଁ ।ଯୋର ଜବରଦସ୍ତି ଗ୍ରାମ ସଭା କରାଇବା ପାଇଁ, ପୁଲିସ୍ ଲଗାଇ ଅତ୍ୟାଚାର ର କରାଗଲା। ଗତ ଏପ୍ରିଲ ମାସ ରେ ରାତ୍ରି ସମୟରେ , ନଳି ପ୍ରୟୋଗ କରାଗଲା, ଏଭଳି ଅନ୍ୟାୟ ଯୋଗୁଁ ଲୋକମାନେ ବହୁମାତ୍ରାରେ ଆଘାତ ହେଲେ ହସ୍ପିଟାଲ ଯିବା ପାଇଁ ଦିଆଗଲା ନାହିଁ l ଆଦିବାସୀ ମାନଙ୍କୁ ତାଙ୍କର ଅଧିକାର ଓ ଦାବି ପ୍ରତି ସରକାର ଦୃଷ୍ଟି ଦିଅନ୍ତୁ। ପେଶା ଆଇନଙ୍କୁ ଆଜି ପର୍ଯ୍ୟନ୍ତ ନ ଲାଗୁ କରି ଅତ୍ୟାଚାର ଚାଲିଛି। ଯେତେ କମ୍ପାନୀ ହେଉ ତାହାକୁ ଆମେ ସ୍ୱାଗତ କରୁଛୁ କିନ୍ତୁ ନ୍ୟାୟ ଓ ପେଶା ଆଇନ୍ ଲାଗୁକରୁନ୍ତୁ l ଆଦିବାସୀ ମାନଙ୍କ ମୌଳିକ ଦାବି ପୂରଣ କରି କୋରାପୁଟ, ରାୟଗଡ ଓ କଳାହାଣ୍ଡି ଜ଼ିଲ୍ଲା ରେ କମ୍ପାନୀ ଚାଲୁ କରିବା ଆମର ଦାବି ଅଟେ। ବୋଲି ଜୟନ୍ତୀ କହିଛନ୍ତି l ବର୍ତମାନ ପେଶା କୋର୍ଟରେ ମଧ୍ୟ ଆମର କେସ ଚାଲିଛି ଓ ଓଡିଶା ର ମୁଖ୍ୟ ସାଶନସଚିବ ଙ୍କୁ ଏହି ସିଜିମାଳୀ ସମ୍ପର୍କ ରେ ବିସ୍ତୃତ ବିବରଣୀ ମଗାଯାଇଛି ବୋଲି କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
