୮୦ତମ ସ୍ବାଧୀନତା ଦିବସ ପାଳନ
ବରଗଡ (ଭବାନୀ ଶଙ୍କର ପାଢ଼ୀ) ତା.୧୫-୦୮-୨୦୨୬ରିଖ ଶନିବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୮୦ତମ ସ୍ବାଧୀନତା ଦିବସ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରି ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ କ୍ଷୀରସାଗର ବେହେରା, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ମେହେର, ସମାଜ ସେବୀ ଶ୍ରୀଯୁକ୍ତ ସକ୍ରାଜିତ ମେହେର ଓ ଶ୍ରୀଯୁକ୍ତ କାଳିଚରଣ ହୋତା ଉପସ୍ଥିତ ଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ଦଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ଶିଶୁ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମକୁ ସୁଶ୍ରୀ ରିଙ୍କିରାଣୀ ପଧାନ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ କ୍ଷୀରସାଗର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଶ୍ରୀଯୁକ୍ତ କାଳିଚରଣ ହୋତାଙ୍କ ସମେତ ଗୁରୁମା, ଗୁରୁଜୀ ସ୍ବାଧୀନତା ସଂଗ୍ରାମୀ ବେଶରେ ସଜ୍ଜିତ ହୋଇଥିବା ଶିଶୁ ଓ ଅନ୍ୟ ସମସ୍ତ ଶିଶୁ ମାନଙ୍କୁ ନେଇ ଗ୍ରାମ ପରିକ୍ରମା କରିଥିଲେ।କାର୍ଯ୍ୟକ୍ରମକୁ ସମସ୍ତ ଗୁରୁମା,ଗୁରୁଜୀ ସାହାଯ୍ୟ ଓ ସହଯୋଗ କରିଥିଲେ।
