ଜଗନ୍ନାଥ ଓ ପାପୁନି ମେମରିଆଲ ପ୍ରତିଯୋଗିତା ବାକିଙ୍ଗିଆ ଦଳ ଚମ୍ପିୟାନ …………………………….
କନ୍ଧମାଳ ତା ୧୫/୮ ( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଞ୍ଜାବ୍ରଡି ରେ ଚାଲିଥିବା ଭଲିବଲ ଟୁର୍ନାମେଣ୍ଟ ଆଜି ତାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି l ଏହି ପ୍ରତିଯୋଗିତା ରେ ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର ମଳିକଙ୍କ ସଭାପତିତ୍ୱ ଭାବରେ ଯୋଗ ଦେଇ ଦୁଇଟି ଦଳର ଖେଳାଳି ମାନଙ୍କୁ ପଡିଆ ଭିତରକୁ ନିମନ୍ତ୍ରଣ କରିଥିଲେ l ଏହି ପ୍ରତିଯୋଗିତାରେ ମୋଟ ୧୨ ଦଳ ଯୋଗ ଦେଇଥିଲେ ଏବଂ ସବୁଦଳ କୁ ପଛରେ ପକାଇ ଆଜି ବାହାଡାସାହି ବନାମ ବାକିଙ୍ଗିଆ ଦଳ ଫାଇନାଲ ରେ ପହଁଚି ଫାଇନାଲ ମ୍ୟାଚ ଖେଳି ଥିଲେ l ଆଜି ବାହାଡା ସାହି ଦଳ କୁ ପରାସ୍ତ କରି ବାକିଙ୍ଗିଆ ଦଳ ନିଜକୁ ଚମ୍ପିୟାନ ଦଳ ଭାବରେ ବିଜୟ ମୁକୁଟ ପିନ୍ଧିଛି l ଯାହା ବାକିଙ୍ଗିଆ ଦଳ ପାଇଁ ଏକ ଗର୍ବ ଓ ଗୌରବ ମିଳିଛି l ଏହା ସହିତ ଆଜି ସାରା ଦେଶ ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ବିଜୟ ଆହୁରି ଖୁସି କୁ ଦ୍ଵିଗୁଣିତ କରିଛି l ଆଜିର ଏହି ମ୍ୟାଚ କୁ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ ଅଞ୍ଚଳ ର ଜଣେ ଜଣା ଶୁଣା ରେଫିରି ଶିବ ପାଣିଗ୍ରାହୀ l ମ୍ୟାଚ କୁ କମେଟ୍ରି କରିଥିଲେ ଜୀବନ ସହିତ ସାନୁଜ ଏବଂ ଲାଇନ ମେନ ଭାବରେ ଦାୟିତ୍ୱ ନିଭାଇ ଥିଲେ ଗୁଡ଼ୁ ଓ ଲୁନା. ପ୍ରତିଯୋଗିତା କୁ ଆୟୋଜନ କରିଥିଲେ ପିଣ୍ଟୁ, ଦୀପକ, ସୁଜିତ, କିଶୋର,ଅମୀର,ସମେତMRS ଟିମ ର ସମସ୍ତ ସଦସ୍ୟ ଅତି ସୁନ୍ଦର ଭାବ ରେ ଖେଳାଳି ମାନଙ୍କୁ ଆପୟତଃ କରି ଶାନ୍ତି ଶୃଙ୍ଖଳା ର ସହିତ ଅନ୍ତିମ ଦିବସ ପର୍ଯ୍ୟନ୍ତ ନେଇଥିଲେ l ଆଜିର ଏହି ଭଲିବଲ ପ୍ରତିଯୋଗିତା ରେ ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ସୁକାନ୍ତ ସାହୁ ମୁଖ୍ୟ ଅଥିତି,ଜିଲ୍ଲା କଷାଧ୍ୟକ ଭାଜପା କୈଳାଶ ଚନ୍ଦ୍ର ପଣ୍ଡା, ସମ୍ନାନ୍ୱିତ ଅତିଥି ମୃତଞ୍ଜୟ ପ୍ରଧାନ,ମଣ୍ଡଳ ସଭାପତି ପାବୁରିଆ, ସାଂସଦ ପ୍ରତିନିଧି ଟିକାବାଲି ବ୍ଲକ ଲଳିତ ପ୍ରଧାନ, ସୁମନ କୁମାର ନାୟକ ବ୍ଲକ ଉପସଭାପତି ଭାଜପା ଟିକାବାଲି ବ୍ଲକ, ସମାଜ ସେବୀ ସଂଜୀବ ନାୟକ,ପୂର୍ବତନ ସମିତି ସଭ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଗୋକୁଳ ପ୍ରଧାନ, କ୍ରିଷ୍ଟ ଦାସ ଦିଗାଲ,ଅବସର ଖେଳ ଶିକ୍ଷକ ଦେବେନ୍ଦ୍ର ଦିଗାଲ, ୱାର୍ଡ ସଭ୍ୟ ନକୁଳ ପ୍ରଧାନ,କୁଞ୍ଜ ବିହାରୀ କଂହର , ସମୀର ଦେହୁରୀ ଭଳି ଅଂଚଳ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହ କରିଥିଲେ l
