ଜି ଉଦୟଗିରି ପାଖାପାଖି ଅଞ୍ଚଳରୁ ହାତୀକୁ ସ୍ଥାନାନ୍ତର କରାଯିବା ନେଇ ପ୍ରସ୍ତୁତି ବୈଠକ…
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି, ରାଇକିଆ, ଓ ଉଦୟଗିରି ବ୍ଲକର କିଛି ଗ୍ରାମର ଅଧିବାସୀ ଗତ ଦୁଇ ବର୍ଷ ହେଲାଣି ଅତି କଲବଲରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି l ଉକ୍ତ ବ୍ଲକ ଅଞ୍ଚଳର ଲୋକ ଗତ ଦୁଇବର୍ଷ ମଧ୍ୟରେ ପାଖାପାଖି ୬ ଜଣଙ୍କ ସମେତ ଅନେକ ଗାଈ ଗୋରୁ ଓ ଛେଳି ମେଣ୍ଢାଙ୍କ ଜୀବନକୁ ଦନ୍ତାହାତୀ ଶିକାର କରିଛି l ଜନସାଧାରଣଙ୍କ କ୍ଷେତି ହେବା ସହିତ ଅନେକ ଫସଲ, ଓ ଘର ଦ୍ଵାର ମଧ୍ୟ ହାତୀ ନଷ୍ଟ କରିଦେଇଛି ବିଭାଗୀୟ ଅଧିକାରୀ ଲୋକ ଦେଖାଣିଆ ଦାୟିତ୍ୱ ସାରିଦେଉଛନ୍ତି କିନ୍ତୁ ଲୋକଙ୍କ ଦୁଦର୍ଶା ଯେମିତି ସେମିତି ହିଁ ରହୁଛି l ଏଣୁ ଆଜି କ୍ରିଷ୍ଣା ଚନ୍ଦ୍ର ଡିଗାଲଙ୍କ ନେତୃତ୍ୱରେ ଓରଦା ସଙ୍ଘଠନ , ସଚେତନ ନାଗରିକ ଓ ସମାଜ ସେବି ବୃନ୍ଦ ତରଫରୁ ପିକରଡ଼ି ପଂଚାୟତ ର ହାତୀ ଆକ୍ରାନ୍ତ ଗ୍ରାମ ଅର୍ଥାତ ପାଙ୍ଗାବିଦୀଙ୍ଗିଆ, ଲାମ୍ବାକୂପା, ମକବିଡିଙ୍ଗିଆ, ଲିଙ୍ଗା, ଏହିପରି ଗ୍ରାମର ଅଧିବାସୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଆଜିର ବୈଠକରେ ହାତୀକୁ ଚିର ସ୍ଥାୟୀ ସ୍ଥାନାନ୍ତର,ହାତୀର ଗତି ଵିଧି ବିଷୟରେ ଲୋକଙ୍କୁ ସଜାଗ କରିବା, ଜ଼ିଲ୍ଲା ମୁଖ୍ୟ ବନବିଭାଗ ଅଧିକାରୀ ଙ୍କୁ ଅନ୍ୟତ୍ର ବଦଳି, ହାତୀ ମାରିଥିବା ପରିବାରକୁ ୨୦ ଲକ୍ଷ ସହାୟତା ଦେବା ଇତ୍ୟାଦି ଦାବିରେ ଆନ୍ଦୋଳନ କରାଯିବାକୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l
