ଛତିଝାର ଛକ ନିକଟରେ ଜଳିଗଲା କାର ଅଳ୍ପକେ ବର୍ତ୍ତିଲେ ପରିବାର….
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟରେ ଥିବା ଛତିଝାର ଏବଂ ଟିପାରୀ ଗାଁ ଛକ ରେ ଆଜି ଅପରନ୍ହ ୩ ଟା ସମୟରେଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିବାର ଦେଖିବାକୁ ମିଳିଛି l ପ୍ରାପ୍ତ ସୂଚନା ଅନୁସାରେ ରେନୋ ଡଷ୍ଟର ନାମକ ଏକ କାର ନଂ – OD02S4110 ଆଜି ଭୋର ୫ ଟା ସମୟ ରୁ ବିଶାଖାପାଟଣା ରୁ ବାହାରି ଅନୁଗୁଳ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏପରି ଘଟଣା ଘଟିଛି l କାର ରେ ଅରବିନ୍ଦ ସାହୁ ଏବଂ ନିଜ ପରିବାର ସଦସ୍ୟ ଥିବାର ସୂଚନା ମିଳିଛି l କହିବା ଅନୁସାରେ କାର ଭିତରୁ ହଟାତ ଧୂଆଁ ବାହାରିବ ଦେଖି ସମସ୍ତେ କାର ରୁ ବାହାରି ଆସିଥିଲେ ଫଳରେ ଏକ ବଡ଼ ଅଘଟଣା କୁ ଦୁରେଇ ଦେଇ ପାରିଛି l ଏବଂ କିଛି ଜିନିଷ ପତ୍ର ବି ଉଦ୍ଧାର କରିବା ରେ ସଫଳ ହୋଇଛନ୍ତି l କିନ୍ତୁ ଗାଡିର କାଗଜ ପତ୍ର ସହିତ କାର ନିମିଷେକ ମଧ୍ୟରେ ପୁରା ପୁଡ଼ି ପାଉଁଶ ହୋଇଯାଇଛି l ଖବର ପାଇ ଟିକାବାଲି ଦମକଳ ବାହିନୀ ଓ ପୋଲିସ ପ୍ରଶାସନ ପହଂଚି ନିଆଁ କୁ ଆୟତ କରିଥିଲେ ଓ ଟିକାବାଲି ପୋଲିସ ପକ୍ଷରୁ ଯାତ୍ରୀ ମାନଂକୁ ଉଦ୍ଧାର କରି ସୁରକ୍ଷା ସ୍ଥାନ କୁ ନେଇଥିବା ସୂଚନା ରହିଛି l ଏହି ଘଟଣା କୁ ନେଇ ବର୍ତ୍ତମାନ ସୁଦ୍ଧା ଟିକାବାଲି ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବା ସୂଚନା ଦେଇଛନ୍ତି ଟିକାବାଲି ଥାନା ଅଧିକାରୀ l ଯାହା ଅନୁମାନ କରାଯାଉଛି ଯେ ଯାନ୍ତ୍ରିକ ତୃଟି କିମ୍ବା ସର୍ଟ ସର୍କଟ ଯୋଗୁଁ ଏଭଳି ନିଆଁ ଲାଗିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି l
