ଡ଼ଙ୍ଗାଏଜୁ ଗ୍ରାମର ଦନ୍ତାହାତୀର ଶିକାର ହୋଇ ମୃତ୍ୟୁ ହୋଇଥିବା ପରିବାର ବର୍ଗଙ୍କୁ ବିଧାୟକଙ୍କ ସହାୟତା…………

ଡ଼ଙ୍ଗାଏଜୁ ଗ୍ରାମର ଦନ୍ତାହାତୀର ଶିକାର ହୋଇ ମୃତ୍ୟୁ ହୋଇଥିବା ପରିବାର ବର୍ଗଙ୍କୁ ବିଧାୟକଙ୍କ ସହାୟତା............

ଡ଼ଙ୍ଗାଏଜୁ ଗ୍ରାମର ଦନ୍ତାହାତୀର ଶିକାର ହୋଇ ମୃତ୍ୟୁ ହୋଇଥିବା ପରିବାର ବର୍ଗଙ୍କୁ ବିଧାୟକଙ୍କ ସହାୟତା…………

କନ୍ଧମାଳ :- ତା- ୦୨/୦୮/୨୬ (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ବଡ଼ିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାଏଜୁ ଗ୍ରାମରେ ତା-୨୮/୦୭/୨୬ ରିଖ ମଙ୍ଗଳବାର ରାତ୍ର ୮ ଘଣ୍ଟିକା ସମୟରେ ଦନ୍ତାହାତୀ ଆକ୍ରମଣରେ ପ୍ରଦୀପ ପ୍ରଧାନ ଙ୍କ ମୃତ୍ୟୁ ଘଟିଥିଲା l ଦନ୍ତାହାତୀ ଶିକାରରେ ମୃତ୍ୟୁ ବରଣ ପରିବାର ବର୍ଗଙ୍କୁ ଭେଟିଲେ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରଧାନ । ସୂଚନା ଅନୁସାରେ ଏହି ଘଟଣାର ଖବର ପାଇ ଘଟଣା ସ୍ଥଳରେ ଜି ଉଦୟଗିରି ବନବିଭାଗ ଅଧିକାରୀ ମାଣିକେଶ୍ବରୀ ପଟ୍ଟନାୟକ ଏବଂ ଟିକାବାଲି ପୋଲିସ ଏ ଏସ୍ ଆଇ , ପଞ୍ଚାନନ ମଲ୍ଲିକ, ସମେତ ସମସ୍ତ ପୋଲିସ କର୍ମଚାରୀ ମାନେ ପହଂଚି ଶବକୁ ଜବତ କରି ୟୁଡି କେସ୍ ନମ୍ବର ୧୧/୨୬ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିଲା । ନିଜ ଜନ୍ମ ମାଟିରେ ପ୍ରଦୀପଙ୍କ ଅନ୍ତିମ ସଂସ୍କାର କରା ଯାଇଥିଲା। ଏହି ଖବର ପାଇ ଆଜି ଡଙ୍ଗାଏଜୁ ଗ୍ରାମର ସ୍ବର୍ଗତ ପ୍ରଦିପ ପ୍ରଧାନ ଙ୍କ ପରିବାର ଲୋକଙ୍କୁ ଜି ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଟିକାବାଲି ବ୍ଲକ୍ କଂଗ୍ରେସ ସଭାପତି ଅନିଲ୍ ଭୋଇ (ମଣ୍ଟୁ) ,ଜ୍ୟୋତିନ୍ଦ୍ର ଭୋଇ, ପୋଷାକ ମଳିକ , ସୁମନ ବେହେରା , ସମେତ ବହୁ କଂଗ୍ରେସ କର୍ମୀ ମାନେ ପହଞ୍ଚି ସ୍ବର୍ଗତ ପ୍ରଦୀପ ପ୍ରଧାନଙ୍କ ସ୍ତ୍ରୀ ଶୁଭଲତା ପ୍ରଧାନ,ଓ ଝିଅ ଭାଗ୍ୟଲତା ପ୍ରଧାନଙ୍କୁ ବିଧାୟକ କିଛି ସହାୟତା ପ୍ରଦାନ କରିବା ସହିତ ପରିବାର ଲୋକଙ୍କୁ ସାନ୍ତନା ଦେଇଥିଲେ। ପାଖରେ ଥିଲେ ଜି ଉଦୟଗିରି ବନବିଭାଗ ଅଧିକାରୀ ମାଣିକେଶ୍ବରୀ ପଟ୍ଟନାୟକ, ଫରେଷ୍ଟର ଶ୍ରୀଧର ସାହୁ ଉପସ୍ଥିତରେ ବିଧାୟକ କହିଥିଲେ ଯେ ଦନ୍ତାହାତୀ ଆକ୍ରମଣରେ ନିରିହ ଲୋକଙ୍କର ଜିବନ ଯାଉଛି ତେଣୁ ତୁରନ୍ତ କନ୍ଧମାଳ ଜିଲ୍ଲାରୁ ବାହାରକୁ ଛଡାଯିବା ବ୍ୟବସ୍ଥା ଏବଂ ସରକାର ସହାୟତା କିପରି ପାଇପାରିବେ ସେନେଇ ପଟ୍ଟନାୟକଙ୍କୁ ବିଧାୟକ କହିଥିଲେ । ମାଣିକେଶ୍ବରୀ ପଟ୍ଟନାୟକ କହିଛନ୍ତି ଗତକାଲି ସଂସ୍କାର ନିମନ୍ତେ ପରିବାର ଲୋକଙ୍କ ବ୍ୟାଙ୍କ ଖାତାକୁ ଅନୁକମ୍ପା ରାଶି ଏକ ଲକ୍ଷ୍ୟ ଟଙ୍କା ଛଡ଼ା ଯାଇଛି ଏବଂ ବଳକା ଟଙ୍କା ପ୍ରଦୀପ ପ୍ରଧାନ, ମୃତ୍ୟୁ ପ୍ରମାଣପତ୍ର ଆସିଲା ପରେ ୯ ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ପଟ୍ଟନାୟକ। ଏହି ହାତୀ ଆକ୍ରମଣ ନେଇ ଗ୍ରାମବାସୀମାନେ ବିଧାୟକ ଙ୍କୁ କହିଲେ ଯେ ଆମ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ, ଆଲୋକ ବ୍ୟବସ୍ଥା କରାଯାଉ, ପ୍ରତ୍ୟେକ ବିଦ୍ୟୁତ ଖୁଣ୍ଟରେ ଷ୍ଟିଷ୍ଟ୍ ଲାଇଟ୍ ଲଗାଇବା ପାଇଁ କହିଥିଲେ। ବିଧାୟକ କହିଥିଲେ ଯେ ରାସ୍ତା ଲାଇଟ୍ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯେଉଁ ଦନ୍ତାହାତୀ ଆକ୍ରମଣ କରି ଜୀବନ ନେଇଥିଲା ସେହି ଦନ୍ତାହାତୀ ବର୍ତ୍ତମାନ ଗ୍ରାମରେ ବୁଲୁଛି ଏବଂ ଭୟର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।