ଯେକେପୁର ଭେଙ୍କଟେଶ୍ୱର କଲ୍ୟାଣମଣ୍ଡପ ଠାରେ ଗୁରୁପୂର୍ଣ୍ଣିମା ପାଳିତ

ଯେକେପୁର ଭେଙ୍କଟେଶ୍ୱର କଲ୍ୟାଣମଣ୍ଡପ ଠାରେ ଗୁରୁପୂର୍ଣ୍ଣିମା ପାଳିତ

ଯେକେପୁର ଭେଙ୍କଟେଶ୍ୱର କଲ୍ୟାଣମଣ୍ଡପ ଠାରେ ଗୁରୁପୂର୍ଣ୍ଣିମା ପାଳିତ

ରାୟଗଡ( info media) ରାୟଗଡ ବ୍ଲଜ ର ଯେକେପୁର ଭେଙ୍କଟେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଅତିଆଡ଼ମ୍ବର ସହକାରେ ଗୁରୁପୂର୍ଣ୍ଣିମା ପାଳିତ ହୋଇଯାଇଛି l ହିନ୍ଦୁ ଧର୍ମରେ ଗୁରୁଙ୍କୁ ଈଶ୍ୱରଙ୍କ ସ୍ଥାନ ଦିଆଯାଇଥାଏ l ଗୁରୁ ହେଉଛନ୍ତି ଈଶ୍ୱରଙ୍କ ସ୍ୱରୂପ , ତେଣୁ ଆଷାଢ଼ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମାକୁ ଗୁରୁଙ୍କୁ ସମ୍ମାନ, ପୂଜନ ଓ ମହତ୍ୱ ଦିଆଯାଇ ଥାଏ l ବେଦବ୍ୟାସଙ୍କ ଜୟନ୍ତୀ କାରଣରୁ ଗୁରୁ ପୂର୍ଣ୍ଣିମାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ l ଚଳିତ ବର୍ଷ ବ୍ୟାସ ବା ଗୁରୁ ପୂର୍ଣ୍ଣିମାର ଶୁଭ ଅବସରରେ ଅନେକ ଗୁଡିଏ ସଂଯୋଗର ମିଳନ ହେଉଛି ଓ ଏହିଦିନ ସର୍ବାର୍ଥ ସିଦ୍ଧି , ରବି, ପ୍ରୀତି ଓ ବିଷକୁମ୍ଭ ଯୋଗ ମଧ୍ୟ ଘଟୁଛି l ଗୁରୁ ପୂର୍ଣିମା ଦିନ ଗୁରୁ ପୂଜନର ଖୁବ ମହତ୍ୱ ରହିଛି, ଏହିଦିନ ଗୁରୁଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l ସେଥିପାଇଁ ଆଜି ସଖାଳୁ ଯେକେପୁର ର ମହିଳା ମଣ୍ଡଳୀ, ବିଭିନ୍ନ ସଂକୀର୍ତ୍ତ ମଣ୍ଡଳୀ ମାନ ଶ୍ରୀ ଚୈତନ୍ୟ ମହାରାଜ ବୁଜି ସ୍ୱାମୀ ଜି,ପୂଜ୍ୟ ସୁଦର୍ଶନ ଦାସ ମହାରାଜ ଧର୍ମଚାର୍ଯ୍ୟ ପଶ୍ଚିମ ଓଡିଶା ଙ୍କୁ ଘଣ୍ଟା ହୁଳହୁଳି କୀର୍ତନ ମାଧ୍ୟମରେ ଭେଙ୍କଟେଶ୍ୱର ମଦିର ଠାରେ ସ୍ୱାଗତ କରିବା ସହିତ ମନ୍ଦିର କୁ ପାଛୋଟି ନେଇଥିଲେ l ମନ୍ଦିରରେ ଆଳତି ସାରିବା ପରେ ଗୁରୁପୂର୍ଣ୍ଣିମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଗୁରୁପୂର୍ଣିମା ଦିନ ଗୁରୁଙ୍କୁ ପୂଜନ ଦ୍ୱାରା ଜୀବନରେ ପ୍ରକାଶ ଆସିଥାଏ, ଏବଂ ଜୀବନରେ ସଫଳତା ପାଇଁ ଗୁରୁଙ୍କ ଆଶୀର୍ବାଦ ନେବା ଜରୁରୀ lବ୍ୟାସ ପୂର୍ଣିମାରେ ନିଜ ଇଷ୍ଟ ଦେବତାଙ୍କ ନିକଟରେ ପୂଜା ଅର୍ପଣ କରିବା ସହିତ, ଶ୍ରୀ ହରୀ ଶୟନ ଯୋଗରେ ରହିଥିବା କାରଣରୁ ମହାଦେଙ୍କ ନିକଟରେ ପ୍ରାର୍ଥନା କରିବା ଆବଶ୍ୟକ , ଏହାଦ୍ୱାରା ଜୀବନର ସମସ୍ତ ଦୁଃଖ ଦୂର ହୋଇଥାଏ lକଦାପି ଆଜିର ଦିନରେ ଗୁରୁଜନଙ୍କୁ ଅବମାନନା କିମ୍ବା ଅସମ୍ମାନ କରନ୍ତୁ ନାହିଁ, କାହିଁକି ନା ଏହା ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ lଘରର ସମ୍ମାନୀୟ ବ୍ୟକ୍ତିଙ୍କର ଗୁରୁ ପୂର୍ଣିମା ଦିନ ପୂଜା କରିବା ଜରୁରୀ, ଏହାଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବୁଜି ସ୍ୱାମୀ ନିଜ ପ୍ରବଚନ ରେ କହିଥିଲେ l ଆଜିର ଏହି ଗୁରୁପୂର୍ଣ୍ଣିମା କାର୍ଯ୍ୟକ୍ରମ ର ଆୟୋଜକ ବରିଷ୍ଠ ସମାଜସେବୀ ତଥା ରାୟଗଡ ଜ଼ିଲ୍ଲା ବିଜେଡି ର କାର୍ଯ୍ୟକାରୀ ସଭାପତି ପି ଗୌରୀ ଶଙ୍କର ରାଓ ଙ୍କ ପ୍ରତାକ୍ଷ ତତ୍ତ୍ୱବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଗୌରୀ ଶଙ୍କର ବୁଜି ସ୍ୱାମୀ ଙ୍କ ଆଶୀର୍ବାଦ ନେଇ କହିଥିଲେ ଜେ ଗୁରୁ କେବଳ ଜ୍ଞାନ ଦିଅନ୍ତି ନୁହେଁ, ସେ ଜୀବନର ସଠିକ୍ ପଥ ଦେଖାନ୍ତି।ଅଜ୍ଞାନର ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକରେ ଆମ ଜୀବନକୁ ଆଲୋକିତ କରନ୍ତି।ଏହି ପବିତ୍ର ଅବସରରେ ସମସ୍ତ ଗୁରୁଜନଙ୍କ ଚରଣରେ କୋଟି କୋଟି ପ୍ରଣାମ।ତାଙ୍କ ଆଶୀର୍ବାଦ ସଦା ସର୍ବଦା ଆମ ଉପରେ ବର୍ଷିତ ହେଉବୋଲି l ଏହି କାର୍ଯ୍ୟକ୍ରମ ରେ ମିଟ୍ସ ଗ୍ରୁପ ଅଧକ୍ଷ ବଲକୃଷ୍ଣ ପଣ୍ଡା ରାଜେନ୍ଦ୍ର ପ୍ରସାଦ ସାହୁ ଯୋଗ ଦେଇ ଗୁରୁ ଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ