ରାୟଗଡ଼ା ଜିଲ୍ଲା ଠିକାଦାର ମହାସଂଘର ସାଧାରଣ ବୈଠକ
ରାୟଗଡ଼(info media): ରାୟଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିଅମ୍ଠାରେ ରାୟଗଡ଼ା ଜିଲ୍ଲା ଠିକାଦାର ମହାସଂଘର ଜିଲ୍ଲାସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ଟେଣ୍ଡର ପ୍ରକ୍ରିୟା, ସ୍ଥାନୀୟ ଠିକାଦାରଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ସଂଘର ସାମୂହିକ ହିତକୁ ନେଇ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକ ଶେଷରେ ସଂଘ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପାଞ୍ଚ ଦଫା ସଂକଳ୍ପ ଗ୍ରହଣ କରାଯାଇଛି।ରାୟଗଡ଼ା ସହରରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ସାଧାରଣ ବୈଠକରେ ଜିଲ୍ଲାର ୧୧ଟି ବ୍ଲକ୍ ଏବଂ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଠିକାଦାରମାନେ ଯୋଗଦେଇଥିଲେ। ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସଂଘର ସଂଗଠନକୁ ଅଧିକ ସୁଦୃଢ଼ କରିବା, ସ୍ଥାନୀୟ ଠିକାଦାରଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ଟେଣ୍ଡର ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ଏକତା ବଜାୟ ରଖିବା। ବୈଠକରେ ସର୍ବସମ୍ମତିକ୍ରମେ ନିମ୍ନଲିଖିତ ପାଞ୍ଚ ଦଫା ସଂକଳ୍ପ ଗ୍ରହଣ କରାଯାଇଛି । ସଂଘର ସାମୂହିକ ହିତରେ ନିଆଯାଉଥିବା ସମସ୍ତ ନିଷ୍ପତ୍ତିକୁ ସମସ୍ତ ସଦସ୍ୟ ସମ୍ମାନ ଜଣାଇବେ। ଜିଲ୍ଲାରେ ବାହାରୁଥିବା ସମସ୍ତ ଟେଣ୍ଡରରେ ସେଡ୍ୟୁଲ ରେଟ୍ରେ ଭାଗ ନେବାକୁ ସ୍ଥିର ହୋଇଛି। କେବଳ ଜିଲ୍ଲାର ଠିକାଦାରମାନଙ୍କର ଲାଇସେନ୍ସ ବ୍ୟବହାର କରାଯିବ। ପରସ୍ପର ମତଭେଦ ଦୂର କରି ସଂଘର ସାମୂହିକ ହିତ ପାଇଁ ଏକଯୁଟ ହୋଇ କାର୍ଯ୍ୟ କରାଯିବ।ସଂଘର ଏକତା ହିଁ ଆମ୍ଭର ବଳ ନୀତିକୁ ଆଧାର କରି ସମସ୍ତେ ଏକଜୁଟ ରହିବାକୁ ଦୃଢ଼ ସଂକଳ୍ପ ନିଆଯାଇଛି।ଏହି ବୈଠକ ପରେ ଜିଲ୍ଲାରେ ଠିକାଦାରମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଓ ସମନ୍ୱୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।ଆଜିର ଏହି ବୈଠକ ରେ ସତ୍ୟ ପାଢ଼ୀ,ରୁଦ୍ର ପାଣିଗ୍ରାହୀ,ରଞ୍ଜନ ପରିଡା, ସୁରେନମୋହନ୍ତି, ସୁଶାନ୍ତ ନାୟକ, କେଶବ ସାହୁକାର, ନିରଞ୍ଜନ ପାଢ଼ୀ, ସୋନିୟା ସୁବୁଦ୍ଧି ରାବଳ ମାଝୀ ଙ୍କ ସମତେ ବହୁ ଠିକାଦାର ସାମିଲ ରହିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
