ଦେଶରେ ମୌସୁମୀର ତାଣ୍ଡବ: ବନ୍ୟା ଓ ଭୂସ୍ଖଳନରେ ବହୁ ମୃତ, ହଜାର ହଜାର ଲୋକ ବାସଚ୍ୟୁତ

ଦେଶରେ ମୌସୁମୀର ତାଣ୍ଡବ: ବନ୍ୟା ଓ ଭୂସ୍ଖଳନରେ ବହୁ ମୃତ, ହଜାର ହଜାର ଲୋକ ବାସଚ୍ୟୁତ

ଦେଶରେ ମୌସୁମୀର ତାଣ୍ଡବ: ବନ୍ୟା ଓ ଭୂସ୍ଖଳନରେ ବହୁ ମୃତ, ହଜାର ହଜାର ଲୋକ ବାସଚ୍ୟୁତ

ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ସୃଷ୍ଟି କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଆସାମ, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଅନେକ ଜୀବନହାନି ଘଟିଛି। ବହୁ ରାସ୍ତା, ସେତୁ ଓ ରେଳ ଯୋଗାଯୋଗ ବ୍ୟାହତ ହୋଇଥିବାବେଳେ ଉଦ୍ଧାର କାର୍ଯ୍ୟରେ ମଧ୍ୟ ବିପୁଳ ବାଧା ସୃଷ୍ଟି ହୋଇଛି।ଜୁଲାଇ ମାସରେ କେବଳ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ବାଦଲ ଫଟା ବର୍ଷା, ଭୂସ୍ଖଳନ ଓ ସଡ଼କ ଦୁର୍ଘଟଣାରେ ୬୬ ଜଣଙ୍କ ମୃତ୍ୟୁ ହୋଇଛି। କାଙ୍ଗ୍ରା ଜିଲ୍ଲାରେ ଲଗାଣ ବର୍ଷାରେ ୧୨ଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ମୋଟ ୧୮ଟି ଘର ଭାସିଯାଇଛି। ଆସାମରେ ୩୧, ଜମ୍ମୁ-କାଶ୍ମୀରରେ ଗତ ୪୮ ଘଣ୍ଟାରେ ୨୩ ଏବଂ ନାଗାଲାଣ୍ଡରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ହଜାର ହଜାର ଲୋକ ଘରଛାଡ଼ା ହୋଇ ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି।