କୋଳନରା ବ୍ଲକ ଆଦିବାସୀ ସେଲ୍ ଚେୟାରମ୍ୟାନ ହେଲେ ଶିବ କଣ୍ଡାଗରୀ

କୋଳନରା ବ୍ଲକ ଆଦିବାସୀ ସେଲ୍ ଚେୟାରମ୍ୟାନ ହେଲେ ଶିବ କଣ୍ଡାଗରୀ

କୋଳନରା ବ୍ଲକ ଆଦିବାସୀ ସେଲ୍ ଚେୟାରମ୍ୟାନ ହେଲେ ଶିବ କଣ୍ଡାଗରୀ

କୋଲନର(Info media)କଂଗ୍ରେସ ସ୍ତରରେ ଦଳର ସାଂଗଠନିକ କୋଲନରା ବ୍ଲକର ଆଦିବାସ ସୀ ସେଲ୍ ଚେୟାରମ୍ୟାନ ଭାବେ ମୁକୁନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିବ କଣ୍ଡାଗରୀଙ୍କୁ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତିକୁ ନେଇ କୋଲନରା ବ୍ଲକ ଅଞ୍ଚଳର କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖୁବାକୁ ମିଳିଛି। ଦଳ ପକ୍ଷରୁ ତାଙ୍କୁ ଏହି ଗୁରୁଦାୟିତ୍ବ ପ୍ରଦାନ କରାଯାଇଥିବାରୁ ଆଗାମୀ ଦିନରେ ବ୍ଲକ ବ୍ଲକରେ ଥୂବା ଆଦିବାସୀ ସମାଜର ବିଭିନ୍ନ ସମସ୍ୟା, ଅଧୂକାର ଓ ସ୍ବାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗକୁ ଦଳୀୟ ସ୍ତରରେ ଉପସ୍ଥାପନ କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ ପାଇଛି। ବିଶେଷକରି ଆଦିବାସୀ ଅଧ୍ଯୁଷିତ କୋଲନରା ବ୍ଲକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ଜଙ୍ଗଲ ଜମି ଅଧୂକାର ଓ ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ଟରେ ପହଞ୍ଚିବା ଭଳି ବିଭିନ୍ନ ଜନ ସମସ୍ୟା ଉପରେ ଆଦିବାସୀ ସେଲ୍ ପକ୍ଷରୁ ଗୁରୁତ୍ବ ଦିଆଯିବ ଯିବ ବୋଲି ଶ୍ରୀ କଣ୍ଡାଗରି ମତପ୍ରକାଶ କରିଛନ୍ତି। ଏହି ନିଯୁକ୍ତି ମାଧ୍ୟମରେ ବ୍ଲକ ସ୍ତରଟେ ରେ ଦଳୀୟ ସମାଜର ବିଭିନ୍ନ ସଂଗଠନକୁ ଅଧୂକ ସକ୍ରିୟ କରିବା ସହ ଆଦିବାସୀ ସମା ସମସ୍ୟାକୁ ଉଚିତ ମଞ୍ଚରେ ଉପସ୍ଥାପନ କରିବା ଦିଗରେ ଗରେ ନୂତନ ଚେୟାରମ୍ୟାନଙ୍କ ଭୂମିକା ରହିବ ବୋଲି କର୍ମୀ ମାନେ ଆଶାପ୍ରକାଶ ନାଶ କରିଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ତଥା ରାୟଗଡ଼ା ବିଧାୟକ କାଡ୍ରାକା ଆପାଲସ୍ବା ସ୍ଥାନୀୟ ବିଧାୟକ ନୀଳମାଧବ ହିକକା, କୋଲନରା ବ୍ଲକ କଂଗ୍ରେସ ସଭାପତି ଡ. ଆଇ ଗୋବଦ୍ଧନ ରାଓଙ୍କ ସମେତ ଦଳର ସମସ୍ତ କର୍ମକର୍ତ୍ତା ଓ କର୍ମୀ ମାନଙ୍କୁ ଶ୍ରୀ କଣ୍ଡାଗରି ଧନ୍ୟବାଦ ଜଣାଇଛନ୍ତି।
ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ