କୋଡିଙ୍ଗା ଥାନାରୁ ଫେରାର ନାବାଳକ ଅଭିଯୁକ୍ତ, ଖୋଜାଖୋଜିରେ ପୁଲିସ
ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନାରେ ଚୋରି ମାମଲାରେ ଅଟକ ରଖାଯାଇଥିବା ଜଣେ ନାବାଳକ ଥାନା ପରିସରରୁ ଫେରାର ହୋଇଯାଇଛି। କୋଡିଙ୍ଗାର ଏକ ବିସ୍କୁଟ୍ ଓ ରୁଟି ଦୋକାନରୁ ଚୋରି ଘଟଣାରେ ପୁଲିସ ତାଙ୍କୁ ମଙ୍ଗଳବାର ଅଟକ ରଖିଥିଲା। ଅଭିଯୋଗ ଅନୁଯାୟୀ, ପୁଲିସର ଅସାବଧାନତାର ସୁଯୋଗ ନେଇ ନାବାଳକ ଥାନାରୁ ଖସି ପଳାଇଯାଇଛି। ପୁଲିସ ପକ୍ଷରୁ ତାଙ୍କୁ ଧରିବା ପାଇଁ ତଲାସି ଜାରି ରହିଛି।
