ଜୟଜଗନ୍ନାଥ ଧ୍ୱନିରେ କମ୍ପିଲା ରାୟଗଡ ସହର ଜ଼ିଲ୍ଲା ର ବିଭିନ୍ନ ସ୍ଥାନ ରେ ରଥଯାତ୍ରା ପାଳିତ
ରାୟଗଡ( info media) ଆଜି ସକାଳୁ ସକାଳୁ ଝିପି ଝିପି ବର୍ଷା ସତ୍ୱେ ରାୟଗଡ ଜ଼ିଲ୍ଲା ରାୟଗଡ ସହର ଗୁଣୁପୁର, ପଦ୍ମପୁର, ଗୁଡାରି, ଗୁମୁଡା କାଶୀପୁର ଠାରେ ଅତି ଆନନ୍ଦମୟ ସହିତ ଜୟ ଜଗନ୍ନାଥ ଧ୍ୱନୀ ରେ ଭକ୍ତିମୟ ପରିବେଶ ମଧ୍ୟ୍ୟ ରେ ରଥଯାତ୍ରା ପାଳିତ ହୋଇଯାଇଛି l ରାୟଗଡ ସହ ମର ରଥଯାତ୍ରାରେ ଆଖପାଖ ଅଂଚଳ ତଥା ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଗୁରୁବାର ସକାଳୁ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାପାଠ କରାଯିବା ପରେ ଅପରାହ୍ଣରେ ଶ୍ରୀଜିଉଙ୍କ ପହଣ୍ତି ବିଜେ ହୋଇଥିଲା ପରେ ରଥରେ ଛେରାପହରା କରାଯାଇ ରଥଟଣା ଯାଇଥିଲା l ଜ଼ିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଏସ ପି ରାଜେଶ ପ୍ରସାଦ, ବିଜେପି ରାଜ୍ୟ କାର୍ଯ୍ୟକରଣୀ ସଦସ୍ୟ ୟାଲା କୋଣ୍ଡା ବାବୁ, ବିଧାୟକ ଆପାଳସ୍ୱାମୀ କାଦ୍ରକ ଓ ସାଂସଦ ସପ୍ତଗିରି ଉଲାକା ଉପସ୍ଥିତ ରହି ରଥଟାଣି ଥିଲେ l ରଥଯାତ୍ରାରେ ଚୈତନ୍ୟ ଜି ମହାରାଜ ଙ୍କ ପ୍ରତାକ୍ଷ ତ୍ୱାତାବଧାନ ଗଠିତ ପାରମ୍ପରିକ ସଂପ୍ରଦା, ସଂକିର୍ତ୍ତନ, ଘଣ୍ଟଦଳ ସାମିଲ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ହରିବୋଳ, ହୁଳହୁଳିରେ ସମଗ୍ର ପରିବେଶ ଜଗନ୍ନାଥମୟ ହୋଇଥିଲା l ଶ୍ରୀ ରଥଯାତ୍ରା ସେବା ସମିତି ବିଶ୍ୱକଲ୍ୟାଣ ସାଧନା ଟ୍ରଷ୍ଟ ମିଳିତ ଅମୁକୁଲ୍ୟରେ ବୁଜି ସ୍ୱାମି ଙ୍କ ଦ୍ୱାରା ଗୁଣ୍ଡିଚଯାତ୍ରା କୁ ଆସିଥିବା ଭକ୍ତ ଙ୍କ ନିମନ୍ତେ ଭୋଜନ ର ବ୍ୟବସ୍ତା ସହିତ ଚଲା ପଣା, ରାସନା ଓ ପାନୀୟ ଜଳ ର ବ୍ୟବସ୍ତା କରାଯାଇଥିଲା l ଏହି ବ୍ୟବସ୍ତା ଦୀର୍ଘ 11 ବର୍ଷ ଧରି ଚାଲୁଆସିଚି ବୋଲି ବୁଜି ସ୍ୱାମୀ କହିଛନ୍ତି l ସହର ରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଏସ ପି ଙ୍କ ନିର୍ଦେଶ କ୍ରମେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ l ଅତି ଶାନ୍ତି ଶୃଙ୍ଖଳା ର ସହିତ ଗୁଣ୍ଡିଚା ମନ୍ଦିର ନିକଟରେ ସନ୍ଧ୍ୟା, 6 ଘଂଟିକା ସମୟରେ ପହଞ୍ଚିଥିଲା ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
