ପାବନ ଶ୍ରୀକ୍ଷେତ୍ର ଗୁମୁଡା ରେ ଗୁଣ୍ଡିଚା ଯାତ୍ରା ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ
ରାୟଗଡ ( info media)ଆଜି ପବିତ୍ର ଆଷାଢ଼ ଶୁକ୍ଳ ଦ୍ଵିତୀୟା ଅବସର ରେ ରାୟଗଡ ଜିଲ୍ଲା ରାମନାଗୁଡା ବ୍ଲକ ଗୁମୁଡ଼ା ପାବନ ଶ୍ରୀକ୍ଷେତ୍ର ରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଳିତ ହୋଇଯାଇଛି।ସକାଳେ ଠାକୁର ଙ୍କ ଅବକାଶ ନୀତି,ମଙ୍ଗଳ ଆଳତି,ବେଶ ପରିଧାନ, ମଇଲମ,ସକାଳ ଧୂପ ପରେ ରଥ ମନ୍ଦିର କର୍ତ୍ତା ରାଧାକୃଷ୍ଣ ପାଣିଗ୍ରାହୀ ଙ୍କ ଓ ପୁରୋହିତ ଅଜିତ୍ ମିଶ୍ର ଙ୍କ ଦ୍ୱାରା ରଥ ପ୍ରତିଷ୍ଠା କରାଯାଇଥିଲ। ଭକ୍ତ ଙ୍କୁ ଦର୍ଶନ ଦେବା ନିମନ୍ତେ ଜଗତ ର ନାଥ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କ ସହିତ ଗୋଟି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡ଼ ଭାଇ ବଳଭଦ୍ର,ଭଉଣୀ ସୁଭଦ୍ରା ଓ ଶେଷରେ ବଡ଼ ଠାକୁର ଜଗନ୍ନାଥ ଙ୍କ ପହଣ୍ଡି ବିଜେ କରି ରାଠାରୁଡ଼ ହୋଇଥିଲେ ।ଏହା ପରେ ବିଧି ମୁତାବକ ରଜା ରାଧାକୃଷ୍ଣ ପାଣିଗ୍ରାହୀ ଛେରା ପହଁରା କରିଥିଲେ।ଏହା ପରେ ହଜାର ହଜାର ଭକ୍ତ ଙ୍କ ଗହଣ ରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରତିବର୍ଷ ଭଳି ମାଉସୀ ମା ମନ୍ଦିର ନିକଟରେ ପୋଡପିଠା ଭୋଗ ଲାଗି ହୋଇଥିଲା।ପ୍ରମୋଦ ତ୍ରିପାଠୀ, ସସ୍ମିତା ମିଶ୍ର ଧାରା ବିବରଣୀ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସଂଜୟ,ପୂର୍ଣ୍ଣ,ଜି ପ୍ରସାଦ ରାଓ,ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୁଣପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗ,ସରପଂଚ ରିତୁପ୍ରଭା ଗମାଙ୍ଗ ପ୍ରମୁଖ ଏହି ରଥଯାତ୍ରାରେ ସାମିଲ ହୋଇଥିଲେ।ଭକ୍ତ ଙ୍କ ସୁରକ୍ଷା ଓ ଶୃଙ୍ଖଳିତ ରଥଯାତ୍ରା ସମ୍ପାଦନ ପାଇଁ ଗୁମୁଡ଼ା ଫାଣ୍ଡି ଅଧିକାରୀ ଙ୍କ ତତ୍ୱାବଧାନ ରେ ଫାଣ୍ଡି ସମସ୍ତ କର୍ମଚାରୀ ଓ ଅଗ୍ନିଶମ ବିଭାଗ ର କର୍ମଚାରୀ ନିୟୋଜିତ ହୋଇଥିଲେ।ପ୍ରଭୁଙ୍କ ରଥଯାତ୍ରା ରେ ସ୍ଥାନୀୟ ଅଞ୍ଚଳ ରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
