ରେଳଯାତ୍ରୀ ଙ୍କ ଚୋରି ହେଇଥିବା ଅଳଙ୍କାର ଉଦ୍ଧାର,

ରେଳଯାତ୍ରୀ ଙ୍କ ଚୋରି ହେଇଥିବା ଅଳଙ୍କାର ଉଦ୍ଧାର,

ରେଳଯାତ୍ରୀ ଙ୍କ ଚୋରି ହେଇଥିବା ଅଳଙ୍କାର ଉଦ୍ଧାର,

ଗଞ୍ଜାମ: ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।ଯାତ୍ରୀବାହି ଟ୍ରେନ ରେ ଭୁବନେଶ୍ୱର ଠାରୁ ରାୟଗଡ଼ା ଯିବା ବେଳେ କେଦାରନାଥ ଶବର ନାମକ ଜଣେ ବ୍ୟକ୍ତିଙ୍କର କିଛି ସ୍ବର୍ଣ୍ଣ ଅଳଙ୍କାର ଓ ଅନ୍ୟାନ୍ୟ କିଛି ମୁଲ୍ୟବାନ ସାମଗ୍ରୀ ଥିବା ଏକ ବ୍ୟାଗ୍ ଚୋରି ହେଇଥିବା ସେ ବ୍ରହ୍ମପୁର ଜିଆରପି ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ଟିମ୍ ତଦନ୍ତ ଚଳାଇ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ କୁ ଆଧାର କରି କିଛି ଅଭିଯୁକ୍ତ କୁ ଚିହ୍ନଟ କରିପାରିଥିଲେ। ପରବର୍ତ୍ତୀ ସମୟରେ ଚିହ୍ନଟ ହୋଇଥିବା ସୁରଜ୍ କୁମାର ପ୍ରସାଦ କୁ ଜଟଣୀ ଲୋକ କଲୋନୀ ରୁ ଉଠାଇ ଆଣି ଥାନାରେ ଜେରା କରିବା ପରେ ଅନ୍ୟ ଜଣେ ଅଭିଯୁକ୍ତ ତଥା ଚୋରି ଅଳଙ୍କାର କ୍ରୟ କରିଥିବା ସଞ୍ଜୟ ନାୟକ ନାମକ ଜଣେ ବ୍ୟକ୍ତି କୁ ଉଠାଇ ଆଣି ତାଠାରୁ ପ୍ରାୟ ୬୪ ଗ୍ରାମର ସ୍ବର୍ଣ୍ଣ ଅଳଙ୍କାର ଜବତ କରିଛନ୍ତି ଓ ଉଭୟଙ୍କୁ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏତଦବ୍ୟତୀତ ଏହି ଘଟଣାରେ ଆଉ କାହାର ସଂମ୍ପୃକ୍ତ ରହିଛି କି ନାହିଁ ଅନୁସନ୍ଧାନ ଚାଲିଛି ବୋଲି ପୋଲିସ ପ୍ରକାଶ କରିଛନ୍ତି।