ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ସେବାଶ୍ରମ ଛାତ୍ରର ମୃତ୍ୟୁ ଛାତ୍ର ଆମ୍ବୁଲାନ୍ସ ବଦଳ ରେ ବୁହାହେଲେ ବାଇକ ରେ

ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ସେବାଶ୍ରମ ଛାତ୍ରର ମୃତ୍ୟୁ ଛାତ୍ର ଆମ୍ବୁଲାନ୍ସ ବଦଳ ରେ ବୁହାହେଲେ ବାଇକ ରେ

ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ସେବାଶ୍ରମ ଛାତ୍ରର ମୃତ୍ୟୁ ଛାତ୍ର ଆମ୍ବୁଲାନ୍ସ ବଦଳ ରେ ବୁହାହେଲେ ବାଇକ ରେ

ରାୟଗଡ ( info media) ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ସେବାଶ୍ରମ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଚତୁର୍ଥ ଶ୍ରେଣୀ ଛାତ୍ର ଜଣକ ହେଲେ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଡକୁଲୁଗୁଡା ପ୍ରାର୍ଥମିକ ବିଦ୍ୟାଳୟ ର ଓ ହିଷ୍ଟେଲ ରେ ରହି ପଡ଼ୁଥୁବା ଚନ୍ଦୁ ଉଲାକା । ଗତକିଛି ଦିନ ତଳେ ଚନ୍ଦୁକୁ ପ୍ରବଳ ଜ୍ବର ହୋଇଥିଲା । ତେବେ ଗତ ସମବାର ଡି ବିଦ୍ୟାଳୟରେ ରକ୍ତ ନମୁନା ପରୀକ୍ଷା ପରେ ମେଲିରିଆ ଚିହ୍ନଟ ହୋଇଥିଲା । ଏନେଇ ତାକୁ ବିଦ୍ୟାଳୟରେ ଔଷଧ ମଧ୍ୟ ଦିଆଯାଇଥିଲା । ତେବେ ଏସଂକ୍ରାନ୍ତରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇନଥିବା କଥା କହିଛନ୍ତି l ତାଙ୍କ ବାପା କୌଣସି ସୂତ୍ରରୁ ରୁ ପୁଅ ର ଦେହ ଖରାପ ଖବର ପାଇ ଗତ ମଙ୍ଗଳବାର ବିଦ୍ୟାଳୟକୁ ଆସି ପୁଅକୁ ଘରକୁ ନେବା ନିମନ୍ତେ କହିଥିବା ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି । ପ୍ରଧାନ ଶିକ୍ଷକ ଘରକୁ ନେବା ପାଇଁ ମନା କରିଥିଲେ କିନ୍ତୁ ପରିବାର ବର୍ଗ ଜିଦ ଧରିବାରୁ ଲିଖିତ ରଖି ଘରକୁ ଛାଡ଼ିଥିଲୁ l ପରିବାର ବର୍ଗ ଘରକୁ ନେଇ ଚାଇଯାଇଥିଲେ ଘରେ ସ୍ବାସ୍ଥ୍ୟବସ୍ଥା ଗୁରୁତ୍ବର ହେବାରୁ ପରିବାର ଲୋକେ ତାକୁ କୋଲନରା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ତେବେ ଚିକିତ୍ସିତ ଅବସ୍ଥାରେ ଛାତ୍ର ଚନ୍ଦୁ ମୃତ୍ୟୁବରଣ କରିଥିଲେ । ପ୍ରଧାନ ଶିକ୍ଷକ ମେଡିକାଲ ରେ ଦାଖଲ କରିବା ପରିବର୍ତ୍ତେ କିପରି ଘରକୁ ଛାଡିଲେ ତାହା ଆଶ୍ଚର୍ଯ୍ୟ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଆଲୋଚନା କରୁଥିବା ର ଦେଖିବାକୁ ମିଳିଛି l ସବୁଠାରୁ ଆଶ୍ଚର୍ଯ୍ୟର କଥା ମୃତ ଶରୀରକୁ ଘରକୁ ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଁ ଠିକଣା ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଅନ୍ୟ ଉପାୟ ନପାଇ ଚନ୍ଦୁର ବାପା ରେମେଶ ଉଲାକା ଏକ ବାଇକ୍ ଯୋଗେ ପୁଅର ଶବକୁ ନିଜ ଗାଁ ମୁକୁନ୍ଦପୁର ନିକଟରେ ଥିବା ଲାଲବି ଗ୍ରାମକୁ ନେଇଥିଲେ । ତେବେ ବାଇକ୍ ରେ ମୃତ ଦେହ ନେବା ଘଟଣାକୁ ସବୁସ୍ତରରେ ନିନ୍ଦା କରାଯାଇଥିବା ବେଳେ ଚନ୍ଦୁକୁ ବିଦ୍ୟାଳୟରେ ସଠିକ୍ ଚିକିତ୍ସା ସୁବିଧା ଦିଆଯାଇଛି ବୋଲି ସେବାଶ୍ରମର ପ୍ରଧାନଶିକ୍ଷକ ବୁଦ୍ଦଦେବ ତାଢିଙ୍ଗି କହିଛନ୍ତି । ଡବଲ ଇଂଜିନ ସରକାର ରେ ମୃତ ବ୍ୟକ୍ତି କୁ କିପରି ଭାବେ ସମ୍ମାନ ଦିଆଯାଉଛି ଏହାର ଏକ ଜ୍ୱଳନ୍ତ ଉଦାହରଣ ହଉ ଛି ମୃତ ଚନ୍ଦୁ ଯାହାକୁ ଆମ୍ବୁଲାନ୍ସ ବଦଳ ରେ ବାଇକ ଯୋଗେ ନିଆଯାଉଛି ବୋଲି ବିଭିନ୍ନ ରାଜନୈତିକ ଦଳ ର ନେତା କର୍ମୀ ଆଲୋଚନା କରୁଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ. ଙ୍କ ରିପୋର୍ଟ