ସମ୍ବଲପୁରୀ ଗଦ୍ୟ ଗଉରବ ଧନପତି ସାହିତ୍ୟ ————***——–ତିନୋଟି ଉପନ୍ୟାସ ଉନ୍ମୋଚିତ

ସମ୍ବଲପୁରୀ ଗଦ୍ୟ ଗଉରବ ଧନପତି ସାହିତ୍ୟ ------------***--------ତିନୋଟି ଉପନ୍ୟାସ ଉନ୍ମୋଚିତ

ସମ୍ବଲପୁରୀ ଗଦ୍ୟ ଗଉରବ ଧନପତି ସାହିତ୍ୟ ————***——–ତିନୋଟି ଉପନ୍ୟାସ ଉନ୍ମୋଚିତ ——————-

ବରଗଡ ୫,୭-(ଭବାନୀ ଶଙ୍କର ପାଢ଼ୀ) ବିଂଶ ଶତାବ୍ଦୀର ନବେ ଦଶକରୁ ଲେଖନୀ ଚାଳନା କରି ଏକାଧାରରେ ଗୀତିକବିତା ଓ ଗଳ୍ପ ରଚନାରେ ଆପଣାର ପାରଦର୍ଶିତା ଦେଖାଇବା ସହିତ ଉପନ୍ୟାସ ରଚନା କ୍ଷେତ୍ରରେ ମାଇଲଖୁଣ୍ଟ ସାଜିଛନ୍ତି ବର୍ଷିୟାନ କଥାକାର ଧନପତି ମହାପାତ୍ର। ଏହି କ୍ରମରେ ଆଜି ତାଙ୍କ ଲିଖିତ ତିନୋଟି ଉପନ୍ୟାସର ଉନ୍ମୋଚନ ସାହିତ୍ୟ ଇତିହାସରେ ସ୍ମରଣୀୟ ହୋଇ ରହିବ ବୋଲି ମତପ୍ରକାଶ ପାଇଛି। ସମ୍ବଲପୁରୀ ସାହିତ୍ୟ ପରିଷଦ ବରଗଡ଼ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନଠାରେ ଆୟୋଜିତ ଉତ୍ସବରେ ଶ୍ରୀ ମହାପାତ୍ରଙ୍କ ଲିଖିତ ଉପନ୍ୟାସ “ପ୍ରେମ୍ ଜାହ୍ନବୀ”, ଲୀଳାବତୀର୍ କଥାନୀ”ଓ “ମିଶ୍ର ରାଗ”ର ଲୋକାର୍ପଣ ହୋଇଥିଲା। ଏଥିରେ ପ୍ରଫେସର କେଶରଞ୍ଜନ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ, ପ୍ରାରମ୍ଭରୁ ବାଗଦେବୀ ଓ ମହାତ୍ମାଗାନ୍ଧୀଙ୍କ ପୂଜାଅର୍ଚ୍ଚନା ପରେ ଅଧ୍ୟାପିକା ସୁନନ୍ଦିନୀ ଦାଶ ସ୍ବାଗତ ସଙ୍ଗୀତ ପରିବେଷଣ, କଥାକାର ତେଜରୁ ବାରିକ ଅତିଥି ପରିଚୟ ଓ ସାଧାରଣ ସମ୍ପାଦକ ଉତ୍ପନ୍ନ କୁମାର ଭୋଇ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଡ: ଦ୍ବାରିକାନାଥ ନାୟକ, ଭାଷା ଗବେଷକ ମୁକ୍ତକଣ୍ଠ ପ୍ରଧାନ ଓ ଅଧ୍ୟାପକ ରାମଚନ୍ଦ୍ର ସାହୁ ତଥା ସମୀକ୍ଷକ ଡ ଶ୍ୟାମ ସୁନ୍ଦର ଧର, ଡ଼ ଅଶୋକ କୁମାର ମହାପାତ୍ର,ଓ ଡ଼ ସଂଘମିତ୍ରା ମିଶ୍ର ଯୋଗଦେଇ ସମ୍ବଲପୁରୀ ଭାଷା ଆନ୍ଦୋଳନକୁ ଧନପତି ମହାପାତ୍ର ଙ୍କ ସାହିତ୍ୟିକ ଅବଦାନ ଓ ସାଙ୍ଗଠନିକ ଯୋଗଦାନ ପ୍ରସଙ୍ଗରେ ତାଙ୍କ ସାହିତ୍ୟକୁ ସମ୍ବଲପୁରୀ ଭାଷାର ଗଦ୍ୟ ଗଉରବ ଭାବରେ ଅଭିହିତ କରିଥିଲେ। ସମାବେଶରେ ଡ଼ ଗୋବର୍ଦ୍ଧନ ସାହୁ,ଡ ସୁବାସ ମେହେର, ଡ଼ ପ୍ରଫେସର ପ୍ରୀତିଶ୍ ଆଚାର୍ଯ୍ୟ, ବ୍ୟଙ୍ଗ କବି ମନୋରଞ୍ଜନ ସାହୁ,ସଂଗଠକ ଅରୁଣ ମହାନ୍ତି, ପ୍ରଫେସର ରବିନ୍ଦ୍ରନାଥ ପ୍ରଧାନ,ଏଡଭୋକେଟ ଦ୍ୟୁତିଶ ଆଚାର୍ଯ୍ୟ, ପ୍ରଫେସର ଭକ୍ତ ପ୍ରସାଦ ନନ୍ଦ,ଡ ସପନ୍ ମିଶ୍ର,ଡ ସଦାନନ୍ଦ ପଣ୍ଡା,ଡ଼ ଦୂର୍ବାଦଳ ମେହେର, ଡ ନାରାୟଣ ଭୋଇ, କଥାକାର ରୋହିତ କୁମାର ଦାଶ, କିଶୋର କୁମାର ସାହୁ, କବି ଦାମୋଦର ସାହୁ,ସୁରେଶ ଚନ୍ଦ୍ର ଭୋଇ, ହରିହର ମିଶ୍ର,ତୁଳସୀ ରାମ୍ ବାରିକ,ହେମନ୍ତ କୁମାର ଦୀପ ,କଣ୍ଠଶିଳ୍ପୀ ନବ ମହତ୍ତମ, ଅଞ୍ଜଳି ମହତ୍ତମ, ଲେଖିକା ଅଞ୍ଜଳି ଆଚାର୍ଯ୍ୟ, ଅଳକା ଦାଶ , କବୟତ୍ରୀ ଅହଲ୍ୟା ପ୍ରଧାନ,ନବନୀତା ମହାପାତ୍ର, ଗବେଷକ ଦୀପ୍ତି ରଞ୍ଜନ ସେଟ୍, ଲକ୍ଷ୍ମୀ ନାରାୟଣ ବକ୍ସି, ପ୍ରସନ୍ନ ଆଚାର୍ଯ୍ୟ,ସାମ୍ବାଦିକ କାର୍ତ୍ତିକ ପ୍ରସାଦ ବହିଦାର, ରବିନାରାୟଣ ପଣ୍ଡା, ସୁବ୍ରତ କୁମାର ବିର୍ତିଆ, ପ୍ରବୀଣ କୁମାର ସାହୁ, ଜଗନ୍ନାଥ କୁମ୍ଭାର ପ୍ରମୁଖ ଓଡ଼ିଶା ର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାହିତ୍ଯିକ, ଗବେଷକ, ବୁଦ୍ଧିଜୀବୀ ଆଦି ସଭାର ଶୋଭାବର୍ଦ୍ଧନ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ସମାଜ ସେବୀ ତଥା କବି ଉମେଶ ପ୍ରଧାନ ଓ ସୁଦାମା ଠେଠୁଆର୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶେଷରେ କଥାକାର ନରେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।