ଗଞ୍ଜାମ ଜିଲ୍ଲା: ମା’ ସିଂହାସନୀଙ୍କ ଶକ୍ତିପୀଠରେ ବିଜେପିର ମିଶ୍ରଣ କାର୍ଯ୍ୟକ୍ରମ, ବିଜେଡିରୁ ବହୁ କର୍ମୀ ଦଳରେ ସାମିଲ

ଗଞ୍ଜାମ ଜିଲ୍ଲା: ମା' ସିଂହାସନୀଙ୍କ ଶକ୍ତିପୀଠରେ ବିଜେପିର ମିଶ୍ରଣ କାର୍ଯ୍ୟକ୍ରମ, ବିଜେଡିରୁ ବହୁ କର୍ମୀ ଦଳରେ ସାମିଲ

ଗଞ୍ଜାମ ଜିଲ୍ଲା: ମା’ ସିଂହାସନୀଙ୍କ ଶକ୍ତିପୀଠରେ ବିଜେପିର ମିଶ୍ରଣ କାର୍ଯ୍ୟକ୍ରମ, ବିଜେଡିରୁ ବହୁ କର୍ମୀ ଦଳରେ ସାମିଲ

ପୋଲସରା, ୧ ଜୁଲାଇ ୨୦୨୬: ପୋଲସରା ବ୍ଲକର କସିପଡାସ୍ଥିତ ମା’ ସିଂହାସନୀଙ୍କ ଶକ୍ତିପୀଠ ପରିସରରେ ବୁଧବାର ବିଜେପି ପକ୍ଷରୁ ଏକ ମିଶ୍ରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡବଲ ଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମତ ରଖିଥିଲେ। ପରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ନେତା ଓ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ।ମନ୍ଦାର ପଞ୍ଚାୟତର ସରପଞ୍ଚ ସୁନିତା ଜେନା ଓ କାର୍ତ୍ତିକ ଜେନାଙ୍କ ନେତୃତ୍ୱରେ ନାଏବ ସରପଞ୍ଚ ସଂଜୁକ୍ତା ମଲ୍ଲିକଙ୍କ ସମେତ ୱାର୍ଡ ନମ୍ବର ୧, ୨, ୫, ୬, ୭, ୮, ୯, ୧୧ ଓ ୧୨ର ବିଜେଡି ୱାର୍ଡ ସଭ୍ୟ ଏବଂ ବହୁ କର୍ମୀ ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ।ଏହି ଅବସରରେ ସରପଞ୍ଚ ସୁନିତା ଜେନା କହିଥିଲେ ଯେ, ପଞ୍ଚାୟତର ବିକାଶକୁ ଆଗକୁ ନେବା ଲକ୍ଷ୍ୟରେ ସେମାନେ ବିଜେପିରେ ଯୋଗଦେଇଛନ୍ତି।କାର୍ଯ୍ୟକ୍ରମରେ ଯୁବନେତା ପ୍ରଭାକର ପଣ୍ଡା, ଦୀପକ ପ୍ରଧାନ, ଗଙ୍ଗା ନାୟକ, ହରିହର ସାହୁ, ସୁନୀଲ ପାଢ଼ୀ, ଭଗବାନ ସାହୁ, ରଘୁନାଥ ଭୂୟାଁ, ସଂଯୁକ୍ତା ପ୍ରଧାନ, କୃଷ୍ଣଚନ୍ଦ୍ର ଜେନା, ପୀତବାସ ପ୍ରଧାନଙ୍କ ସମେତ ବିଜେପିର ବହୁ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।– ଗଣେଶ ପାଣିଗ୍ରାହୀ, ରିପୋର୍ଟ