ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତ ର ପ୍ରାନ୍ତ ଅଭ୍ୟାସ ବର୍ଗ ଓଳାଶୁଣୀ ଯାଜପୁର କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତ ର ପ୍ରାନ୍ତ ଅଭ୍ୟାସ ବର୍ଗ ଓଳାଶୁଣୀ ଯାଜପୁର କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତ ର ପ୍ରାନ୍ତ ଅଭ୍ୟାସ ବର୍ଗ ଓଳାଶୁଣୀ ଯାଜପୁର କାର୍ଯ୍ୟକ୍ରମ ଅନୁଷ୍ଠିତ…

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତ ର ପ୍ରାନ୍ତ ଅଭ୍ୟାସ ବର୍ଗ ଓଳାଶୁଣୀ ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭ୍ୟାସ ବର୍ଗ ରେ ଓଡ଼ିଶା ପୂର୍ବ ପ୍ରାନ୍ତ ର ତେଇଶି ଟି ସାଂଗଠନିକ ଜିଲ୍ଲା ରୁ ଚାରିଶହ ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଚାରିଦିନ ଧରି ଚାଲିଥିବା ଏହି ଅଭ୍ୟାସ ବର୍ଗ ରେ ବିଭିନ୍ନ ସାଂଗଠନିକ ବିଷୟ ଆଲୋଚନା ହେବା ସହ ଆଗାମୀ ଦିନ ରେ ହେବାକୁ ଥିବା ସଦସ୍ୟତା, ଶାଖା ଗଠନ, କଲେଜ ଛାତ୍ର ସାଂସଦ ନିର୍ବାଚନ ବିଷୟ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ଏବଂ ସଂଗଠନ ଦ୍ୱାରା ବିଶେଷ କାର୍ଯ୍ୟକ୍ରମ ମିଶନ ସାହସୀ ଏବଂ ସ୍କ୍ରିନ୍ ଟାଇମ ଟୁ ଆକ୍ଟିଭିଟୀ ଟାଇମ ର ବିଶେଷ କାର୍ଯ୍ୟକ୍ରମ ପ୍ରଶସ୍ତ ହେବବୋଲି ଯୋଜନା ହୋଇଯାଇଛି। ପରିଶେଷେ ରେ ଅଖିଳ ଭରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପୂର୍ବ ର ରାଜ୍ୟ ସଭାପତି ଶ୍ରୀ ଦେବେଶ ଶଙ୍କର ହୋତା ସାର୍ ଚଳିତ ଶିକ୍ଷା ବର୍ଷ ୨୦୨୬-୨୭ ନିମନ୍ତେ ଜିଲ୍ଲା ଓ ବିଭାଗ କାର୍ଯ୍ୟକର୍ତ୍ତା ଙ୍କର ନୂତନ ଭାବରେ ଦାୟିତ୍ୱ ଘୋଷଣା କରିଛନ୍ତି। ସେହିଭଳି ଭାବରେ କନ୍ଧମାଳ ଜିଲ୍ଲା ର ଛାତ୍ର ନେତା ଶୁଭମ୍ ଜ୍ୟୋତି ପ୍ରଧାନ ବର୍ତ୍ତମାନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ର ଜିଲ୍ଲା ସଂଯୋଜକ ଭାବେ ଦାୟିତ୍ୱ ପାଇଥିବା ବେଳେ କନ୍ଧମାଳ ଜିଲ୍ଲା ର ଛାତ୍ର ନେତା ଶ୍ରୀମାନ୍ ରୁଦ୍ର ପ୍ରସାଦ ସେଠୀ ପୁନର୍ବାର ଗଞ୍ଜାମ ବିଭାଗ ର ବିଭାଗ ସଂଯୋଜକ ଭାବେ ଦାୟିତ୍ୱ ପାଇଛନ୍ତି। ସେହିଭଳି ଭାବରେ କନ୍ଧମାଳ ଜିଲ୍ଲା ର ଛାତ୍ରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ହେଉଥିବା ବେଳେ କନ୍ଧମାଳ ଜିଲ୍ଲା ର ଛାତ୍ର ନେତା ବିଶ୍ୱଜିତ୍ ସାମନ୍ତରା ଗଞ୍ଜାମ ବିଭାଗ ର ବିଭାଗ ଖେଲୋ ଭାରତ ସଂଯୋଜକ ଭାବେ ଦାୟିତ୍ୱ ପାଇଥିବା ବେଳେ ଜିଲ୍ଲା ଛାତ୍ରୀ ନେତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ୱାଗତିକା ପାତ୍ର ଗଞ୍ଜାମ ବିଭାଗ ର ବିଭାଗ ଏସ.ଏଫ୍.ଡି. ସଂଯୋଜକ ଭାବେ ଦାୟିତ୍ୱ ପାଇଛନ୍ତି। ଏହା ସହ ଜିଲ୍ଲା ର ବହୁ ପୂର୍ବତନ କାର୍ଯ୍ୟକର୍ତ୍ତା ଏବଂ ପୂର୍ବତନ ଜିଲ୍ଲା ପ୍ରମୁଖ ସନ୍ତୋଷ କୁମାର ଦଳବେହେରା ସାର୍ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।