ରାୟଗଡ ବିଜେପି ପକ୍ଷରୁ ତେଜସ୍ୱୀ ହୋଟେଲରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ସଫଳତା ଓ ରାଜ୍ୟ ସରକାରଙ୍କ ୨ ବର୍ଷର କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ

ରାୟଗଡ ( info media) ରାୟଗଡ଼ ନିର୍ବାଚନ ବିଜେପି ପକ୍ଷରୁ ସ୍ଥାନୀୟ ତେଜସ୍ୱୀ ହୋଟେଲରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ସଫଳତା ଓ ରାଜ୍ୟ ସରକାରଙ୍କ ୨ ବର୍ଷର କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କୋରାପୁଟ ବିଧାୟକ ରଘୁରାମ ମାଛ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ବିକାଶମୂଳକ କାର୍ଯ୍ୟ ଏବଂ ଦେଶ ଓ ରାଜ୍ୟର ପ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ରାୟଗଡ଼ର ବିଭିନ୍ନ କ୍ଷେତ୍ରରୁ ଯୋଗଦେଇଥିବା ବୁଦ୍ଧିଜୀବୀମାନେ ନିଜ ନିଜ ମତାମତ ରଖି ରାୟଗଡ଼ର ସାମଗ୍ରିକ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ରୋଜଗାର ସୃଷ୍ଟି, ପର୍ଯ୍ୟଟନ ଓ ଭିତ୍ତିଭୂମିର ଉନ୍ନତି ପାଇଁ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ରାୟଗଡ଼ର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଓ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ, କୋରାପୁଟ ସାଂସଦ ପ୍ରାର୍ଥୀ କଳିରାମ ମାଝୀ, ପୂର୍ବତନ ଜ଼ିଲ୍ଲା ଉପ ସଭାପତି ଟୁଟୁ ଦାସ,ପୂର୍ଵତନ ସଭାପତି ଜ଼ିଲ୍ଲା ଶିବ ପଟ୍ଟନାୟକ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ୟାଲା କୋଣ୍ଡା ବାବୁ,ଜ଼ିଲ୍ଲା ମିଲ ମାଲିକ ସଭାପତି କାଶୀନାଇଡ଼ୁ,ଜ଼ିଲ୍ଲା ମହିଳା ଭିଜେପି ସଭାନେତ୍ରୀ ରୋଜିତା କୋରଡ଼ା ମଂଚାସୀନ ଥିଲେ lଶେଷରେ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ