ଗଞ୍ଜାମ ଜିଲ୍ଲା ୧୨ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବୁଗୁଡ଼ା, ୨୧/୦୬/୨୬ ଆଜି ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଉଥିବା ବେଳେ, ବୁଗୁଡ଼ା ସହର ସ୍ଥିତ ସ୍ଥାନୀୟ ଇନଡୋର୍ ଷ୍ଟାଡିୟମ୍ ପରିସରରେ ୧୨ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ, ପଞ୍ଚାୟତ ସମିତି ଏବଂ ଶ୍ରୀ ଅନନ୍ତ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି, ଶ୍ରୀ ଅନନ୍ତ ଫାଉଣ୍ଡେସନର କର୍ମକର୍ତ୍ତା ସମେତ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।ଉପସ୍ଥିତ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି,ସଂଗଠନର କର୍ମକର୍ତ୍ତା ଓ ସ୍ଥାନୀୟ ଛାତ୍ରଛାତ୍ରୀମାନେ ଶୃଙ୍ଖଳାର ସହ ବିଭିନ୍ନ ପ୍ରକାରର ପ୍ରାଣାୟାମ ଓ ଯୋଗାସନ କରିଥିଲେ।ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା। ବିଶେଷ କରି ଶରୀରକୁ ସୁସ୍ଥ ରଖିବା ସହ ମାନସିକ ଶାନ୍ତି ପ୍ରଦାନ କରୁଥିବା କେତେକ ସହଜ ଆସନ ଏବଂ ଭ୍ରାମରୀ, କପାଳଭାତି ଭଳି ପ୍ରାଣାୟାମର ଉପକାରିତା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିବା ସହ ବିଭିନ୍ନ ଯୋଗାସନ କରିଥିଲେ।ଗଣେଶ ପାଣିଗ୍ରାହୀ ରିପୋର୍ଟ
