ଅସହାୟତାର କରୁଣ କାହାଣୀ(କୁଡିଆରେ ବିତୁଛି ଚାରି ପ୍ରାଣୀଙ୍କ ଜୀବନ) କେବେ ପଡ଼ିବ ପ୍ରଶାସନର ନଜର, ଉଦ୍ଧାର ହେବକି ରମେଶଙ୍କ ପରିବାର???

ଭଞ୍ଜନଗର: ଭଞ୍ଜନଗର ନିକଟସ୍ଥ ଅଗଝୋଳ ଗ୍ରାମର ରୋଡ଼ ପାଶ୍ବର ଏକ ଭଙ୍ଗା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଚାଳ ଛପର କୁଡ଼ିଆରେ ଆଜକୁ ପ୍ରାୟ ୧୫ ବର୍ଷ ହେଲା ବହୁତ କଷ୍ଟରେ ବିତୁଛି ଚାରି ପ୍ରାଣୀଙ୍କ ଜୀବନ । ଅଗଝୋଳ ଗ୍ରାମର ରମେଶ ମୂଳି ଗରିବ ଶ୍ରେଣୀର ହୋଇଥିବା ବେଳେ ଦିର୍ଘ ବର୍ଷ ଧରି ତାଙ୍କ ପତ୍ନୀ ଓ ଦୁଇଝିଅକୁ ନେଇ ବହୁତ ଅସୁବିଧା ସହ କଷ୍ଟକର ଜୀବନ ଯାପନ କରୁଥିବା ଜଣାପଡିଛି। ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ସ୍ବାସ୍ଥଗତ ସମସ୍ୟା ରହିଥିବା ଯୋଗୁଁ ସବୁ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଖାଇବା, ରହିବା ଓ ପିନ୍ଧିବା ପାଇଁ ନାହିଁ ସଠିକ୍ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯାହାକୁ ନେଇ ବହୁ କଷ୍ଟରେ ଚଳୁଛନ୍ତି, ଅସହାୟ ରମେଶ ମୂଳିଙ୍କ ପରିବାର। ଆଜକୁ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ପରେ ସରକାର ଗଲାଣି ନା ପଡୁଛି ସରକାର ନା ପଡୁଛି ପ୍ରଶାସନର ନଜର । ଭଞ୍ଜନଗର ବ୍ଳକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ଅସହାୟ ରମେଶ ମୂଳିଙ୍କ ପରିବାରକୁ ସରକାରୀ ସହାୟତା ଓ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ଗ୍ରାମବାସୀଙ୍କ ଓ ପରିବାର ପକ୍ଷରୁ ଦାବି କରାଯାଇଛି।ଜଦି ସରକାର ଓ ସ୍ଥାନୀୟ ପ୍ରଶାସନର ନଜର ପଡିବ ତାହେଲେ ନିଶ୍ଚୟ ଭାବେ ପରିବାରଟି ଉଦ୍ଧାର ହୋଇପାରିବ ବୋଲି ଅନୁମାନ କରାଯାଉଛି। ଜଦି ଏହି ପରିବାର ପ୍ରତି ଅବିଚାର କରାଯାଏ ତାହେଲେ ପରିବର୍ତ୍ତନ ଆଣିଥିବା ଭୋଟରଙ୍କ ଭରସା ନିଶ୍ଚିତ ଭାବେ ହରାଇବେ ରାଜ୍ୟ ସରକାର। ଯାହାକୁ ନେଇ ଏବେ ବୁଦ୍ଧିଜୀବୀ ଓ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ଜଣାପଡିଛି।ଗଣେଶ ପାଣିଗ୍ରାହୀ ରିପୋର୍ଟ