ନାଗପଡା କେନାଲ ବ୍ରିଜ ତିଆରି କରିବା ପାଇଁ ଜନସାଧାରଣକଂ ଦାବି ହେଉଛି।
ବରଗଡ-୧୮,୬(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଂଚାୟତ ର ନାଗପଡ଼ା, ମହୁଲପାଲି ଓ ଖଲଖଲି ଟିକରା ଜନସଂଖ୍ୟା ପ୍ରାୟ ୨୦୦୦ ପାଖାପାଖି ଏଠାକାର ଜନସାଧାରଣ ନାଗପଡ଼ା ନିକଟରେ ଥିବା କେନାଲ ବ୍ରିଜ ଉପରେ ନିର୍ଭର କରି ଚଳନ୍ତି। ଏଥିରେ ଡୁଙ୍ଗୁରିପାଲି, ରେମଣ୍ଡା ଜନସାଧାରଣ ବି ଯିବାଆସିବା କରିଥାନ୍ତି। ଏହି ବ୍ରିଜ ଉପରେ ଭାରୀଯାନ, ଚାରିଚକିଆ, ଟ୍ରାକ୍ଟର, ବାଇକ୍, ସାଇକେଲ ପଥଚାରୀଙ୍କ ଏକମାତ୍ର ବ୍ରିଜ ଉପରେ ନିର୍ଭର କରି ଚଳନ୍ତି। ଏହି କେନାଲ ବ୍ରିଜ ଟି ଭୁଶୁଡି ପଡିବା ଅବସ୍ଥା ରହିଛି, ତାର ଲୁହାରଡ ତଳ ସାଇଟ୍ ଦେଖା ଗଲାଣି, ବ୍ରିଜ ଟି ୨୦୦୫/୨୦୦୬ ମସିହାରେ ତିଆରି ହୋଇଥିବା ଜଣାଯାଏ ।କୌଣସି ଅଘଟଣ ଘଟିବା ପୂର୍ବରୁ ଏହାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ଗମନାଗମନ ସୁଗମ ବ୍ୟବସ୍ଥା କରିବାକୁ ପ୍ରବଳ ଜନସାଧାରଣ ଦାବି ହେଉଛି। ବରଗଡ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ।
