କନ୍ଧମାଳରେ ୨୨ କେଜି ଗଞ୍ଜେଇ ଜବତ, ଚାଲାଣକାରୀ ଗିରଫ

କନ୍ଧମାଳରେ ୨୨ କେଜି ଗଞ୍ଜେଇ ଜବତ, ଚାଲାଣକାରୀ ଗିରଫ

କନ୍ଧମାଳରେ ୨୨ କେଜି ଗଞ୍ଜେଇ ଜବତ, ଚାଲାଣକାରୀ ଗିରଫ

କ.ନୂଆଗାଁ,: (ଦି ଇନଫରମେସନ୍ ମିଡିଆ): କନ୍ଧମାଳ ଜିଲ୍ଲାର କ.ନୂଆଗାଁ ଥାନା ପୋଲିସ ଏକ ବଡ଼ ସଫଳତା ହାସଲ କରି ୨୨ କେଜି ଗଞ୍ଜେଇ ସହ ଜଣେ ଚାଲାଣକାରୀଙ୍କୁ ଗିରଫ କରିଛି। ଏଥିସହ ଗଞ୍ଜେଇ ପରିବହନରେ ବ୍ୟବହୃତ ଏକ ହୁଣ୍ଡାଇ i20 କାରକୁ ମଧ୍ୟ ଜବତ କରାଯାଇଛି।ସୂଚନା ଅନୁଯାୟୀ, କ.ନୂଆଗାଁ ଥାନା ଅଧିକାରୀ କେଳୁଚରଣ ଜେନାଙ୍କ ନେତୃତ୍ୱରେ ଏସଆଇ ଅଶୋକ କୁମାର ତ୍ରିପାଠୀ, ଏଏସଆଇ ବାସୁଦେବ ପଣ୍ଡା, ସୁରେନ୍ଦ୍ର ରାଜହଂସ ଓ ଅନ୍ୟ ପୋଲିସ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ସିର୍ତ୍ତିଗୁଡା ପଞ୍ଚାୟତ ଅନ୍ତର୍ଗତ ଜୁରୁକୁପୁଡା ଛକ ନିକଟରେ ସନ୍ଦେହଜନକ ଭାବେ ଯାଉଥିବା ଏକ କାରକୁ ଅଟକାଇଥିଲେ।ତଲାସୀ ସମୟରେ କାର (ନଂ- OD 09 N 4488) ଭିତରେ ଅଭିନବ ଉପାୟରେ ସିଟ ମଧ୍ୟରେ ଲୁଚାଇ ରଖାଯାଇଥିବା ଗଞ୍ଜେଇ ପ୍ୟାକେଟଗୁଡ଼ିକୁ ପୋଲିସ ଠାବ କରିଥିଲା। ପରବର୍ତ୍ତୀ ସମୟରେ କ.ନୂଆଗାଁ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନଙ୍କ ଉପସ୍ଥିତିରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଜବତ ସାମଗ୍ରୀର ଯାଞ୍ଚ କରାଯାଇଥିଲା। ଏଥିରୁ ମୋଟ ୨୨ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି।ଘଟଣାରେ ବ୍ରହ୍ମପୁର ଲାଠି ଅଞ୍ଚଳର ସୁରେଶ ନାୟକ (୨୯)ଙ୍କୁ ପୋଲିସ ଗିରଫ କରିଛି। ଏନେଇ କ.ନୂଆଗାଁ ଥାନା କେସ୍ ନଂ ୯୫/୨୬ ଅନୁଯାୟୀ ଏନଡିପିଏସ ଆଇନରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କେଳୁଚରଣ ଜେନା ସୂଚନା ଦେଇଛନ୍ତି।ରିପୋର୍ଟ: ଗଣେଶ ପାଣିଗ୍ରାହୀ, କ.ନୂଆଗାଁପ୍ରକାଶନ: The Information Media