ଓଏଏସ ପରୀକ୍ଷା କୃତକାର୍ଯ୍ୟ ହାସଲ କରିଥିବା ଜିତାମିତ୍ର ସାହୁଙ୍କୁ ସ୍ୱାଗତ ଜଣାଇଲେ, ବରଗଡ ସାଂସଦ ପ୍ରଦୀପ କୁମାର ପୁରୋହିତ ।ବରଗଡ,୨୲୬(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ବରଗଡ଼ ମାଟିର ସୁପତ୍ର ଜିତାମିତ୍ର ସାହୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରି ବରଗଡ଼ ମାଟି ପାଇଁ ଗୌରବ ଆଣିଛନ୍ତି । ତାଙ୍କ ଏହି ସଫଳତା କୁ ନେଇ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଭେଟି ଶୁଭେଚ୍ଛା ସହ ସମ୍ବର୍ଦ୍ଧିତ କରିବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ସାଂସଦ ଶ୍ରୀ ପୁରୋହିତ ତାଙ୍କ ପରିବାର ବର୍ଗଙ୍କୁ ଭେଟି ବା ସହ ପୁଅ ଜିତାମିତ୍ର ଙ୍କ ସଫଳତା ପାଇଁ ତାଙ୍କ ପରିବାର ବର୍ଗଙ୍କ ପ୍ରଚେଷ୍ଟା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇଥିବ ବୋଲି କହିଛନ୍ତି। ଆଗାମୀ ଦିନରେ ଲୋକେ କିପରି ତାଙ୍କ ହକ ଅଧିକାର ରୁ ବଞ୍ଚିତ ନହେବେ ସେଥିପ୍ରତି ଧ୍ୟାନ ଦେବାକୁ ସାଂସଦ ଜିତାମିତ୍ର ପରାମର୍ଶ ଦେଇଥିଲେ। ଜିତାମିତ୍ରା ଙ୍କ ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ସଂଗଠନ, ଅନୁଷ୍ଠାନ,ବିକ୍ତି ବିଶେଷଙ୍କ ମହଲ ରୁ ଶୁଭେଚ୍ଛା ର ଶୁଅ ଛୁଟୁଛି ।
ଓଏଏସ ପରୀକ୍ଷା କୃତକାର୍ଯ୍ୟ ହାସଲ କରିଥିବା ଜିତାମିତ୍ର ସାହୁଙ୍କୁ ସ୍ୱାଗତ ଜଣାଇଲେ, ବରଗଡ ସାଂସଦ ପ୍ରଦୀପ କୁମାର ପୁରୋହିତ ।
