ବରଗଡ଼ ଜିଲ୍ଲା କ୍ରସର ମାଲିକ ସଙ୍ଘ ପୁନର୍ଗଠିତ
ବରଗଡ ୨,୬,୨୬(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ସ୍ଥିତ ହୋଟେଲ ଟୁଲି ଠାରେ ବରଗଡ଼ ଜିଲ୍ଲା କ୍ରସର ମାଲିକ ସଙ୍ଘ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ସଙ୍ଘ କୁ ପୁନର୍ଗଠିତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ସର୍ବସମ୍ମତି କ୍ରମେ ଅଧ୍ୟକ୍ଷ ଭାବରେ ମୁକୁନ୍ଦ ରଥ ସଭାପତି ଭାବରେ ତୋଷବନ୍ତ ସାହୁ (କୁନୁ) ଉପ ସଭାପତି ଭାବରେ ଶେଷ ଦେବ ମେହେର,ସଂମ୍ପାଦକ ଭାବରେ ଅଶ୍ୱିନୀ ତ୍ରିପାଠୀ, ସହ ସମ୍ପାଦକ ଜିତେନ ସାହୁ କୋଷାଧକ୍ଷ ଭାବରେ ରାହୁଲ ଅଗ୍ରୱାଲ ଚୟନ ହୋଇ ଥିବା ବେଳେ ଅନ୍ୟ କର୍ମକର୍ତ୍ତା ମଧ୍ୟ ଚୟନ କରାଯାଇଥିଲା। କ୍ରସର ୟୁନିଟ ମାନଙ୍କର ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା ହୋଇଥିଲା। କ୍ରସର ବ୍ୟବସାୟ ରେ ଖଣି ବିଭାଗ ତରଫ ରୁ ଲଗାଯାଇଥିବା ନିୟମାବଳୀକୁ ସରଳୀ କରଣ କରିବା ସହ ନିମ୍ନ ମାନର ଛତିଶଗଡ଼ ଗେଟି ଅବାଧ ରେ ଓଡ଼ିଶା ପ୍ରବେଶ କରୁଛି ଯେଉଁ ଥିରେ କ୍ରସର ମାଲିକ ମାନେ କ୍ଷତି ସହିବା ସହ ଉନ୍ନତୀ ମୂଳକ କାର୍ଯ୍ୟ ର ମାନ ହାଲକା ହେଉଛି। ଏ ନେଇ ଜିଲ୍ଳା ପ୍ରଶାସନ ର ଦୃଷ୍ଟି ଆକର୍ଷଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ବିଭିନ୍ନ ସମୟରେ ଟାଟା ପାୱାର ର ଅହେତୁକ ବିଜୁଳି କାଟ ଓ ଲୋ ଭୋଲ୍ଟେଜ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ବରଗଡ଼ ଜିଲ୍ଲା କ୍ରସର ମାଲିକ ସଙ୍ଘ ପକ୍ଷରୁ ଅନେକ ସାମାଜିକ କାର୍ଯ୍ୟକ୍ରମ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।
