ନୂଆ ବିକଳ୍ପ ଆମ୍ ଆଦମୀ ପାର୍ଟି ର ସଦସ୍ୟତା ଅଭିଯାନ ଆରମ୍ଭ
ବରଗଡ଼ – (ଭବାନୀ ଶଙ୍କର ପାଢ଼ୀ) ଓଡ଼ିଶାରେ ରେ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ କୁ ଧ୍ୟାନ ରେ ରଖି ଆମ୍ ଆଦମୀ ପାର୍ଟି ଏହାର ସଂଗଠନ ବିସ୍ତାର ଓ ସଦସ୍ୟତା ଅଭିଯାନ ଆରମ୍ଭ କରିଛି। ଆସନ୍ତା ଜୁନ ୧୦ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯାୟ ସଦସ୍ୟତା କାର୍ଯ୍ୟକ୍ରମ ଚାଲିବ। ବରଗଡ ପାର୍ଟି କାର୍ଯ୍ୟାଳୟ ରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସମ୍ପାଦକ ଭବାନୀ ସାହୁ, ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ, ନାରୀ ନେତ୍ରୀ ମାରିୟମ ବାର୍ଲା। ଏହା ପାଇଁ ୯୯୩୮୭୧୦୧୦୧ ମିସ କଲ ନମ୍ବର ଜାରି କରିଛି। ଏହି ନମ୍ବର ରେ ମିସ କଲ କଲେ ଗୋଟିଏ ଏସଏମ ଏସ ଆସିବ ତାହାକୁ ଟଚ କଲେ ଗୋଟିଏ ଅନଲାଇନ ଫର୍ମ ଖୋଲିବ ତାହାକୁ ପୂରଣ କରି ସବମିଟ କଲେ ଜଣେ ପାର୍ଟି ର ସଦସ୍ୟ ହୋଇ ପାରିବ ବୋଲି ଶ୍ରୀ ସାହୁ କହିଛନ୍ତି। ଓଡ଼ିଶାରେ ଡବଲ ଇଂଜିନ ସରକାର କୁ ସମସ୍ତେ ଜାଣି ସାରିଲେଣି ଚାଷୀ, ମହିଳା, ଛାତ୍ର କେହି ଖୁସି ନାହାନ୍ତି ଦରଦାମ ବୃଦ୍ଧି, ଦୁର୍ନୀତି ଚରମ ସୀମା କୁ ପହଂଚିଲାଣି ଆଉ ଅନ୍ୟପଟେ ବିଜେଡ଼ି, କଂଗ୍ରେସ ଉପରେ ଲୋକଙ୍କ ବିଶ୍ୱାସ ହେଉ ନାହିଁ ତେଣୁ ଏପରି ସ୍ଥିତି ରେ ଆମ୍ ଆଦମୀ ପାର୍ଟି ପ୍ରତି ଲୋକଙ୍କ ବିଶ୍ୱାସ ବଢୁଛି ବୋଲି ଶ୍ରୀ ସାହୁ କହିଛନ୍ତି। ଏହି ଅଭିଯାନ ସମସ୍ତ ବିଧାନସଭା ରେ ଚାଲିବ।
