ସ୍ୱାସ୍ଥ୍ୟ କାର୍ଡ ନଥିବାରୁ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।

ସ୍ୱାସ୍ଥ୍ୟ କାର୍ଡ ନଥିବାରୁ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।

ସ୍ୱାସ୍ଥ୍ୟ କାର୍ଡ ନଥିବାରୁ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।

ଗଜପତି – ୨୮/୦୫ (ମନୋଜ ପାଢ଼ୀ)ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟରେ ଥିବା ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ , ଶିକ୍ଷା , ରାସ୍ତାଘାଟ, ଗମନାଗମନ , ବାସଗୃହ , ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ଭଳି ଅନେକ ଯୋଜନାମାନ ବାହାର କରି ସମସ୍ତ ପ୍ରକାର ସାହାଯ୍ୟ ଓ ସୁବିଧା ଯୋଗେଇ ଆସୁଥିବା ବେଳେ ଅନେକ ଲୋକ ଆଜି ପର୍ଯ୍ୟନ୍ତ କିଛି ଯୋଜନାରୁ ବଞ୍ଚିତ ଥିବା ଦେଖିବାକୁ ମିଳୁଛି l ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର ,ଉଦୟଗିରି ବ୍ଲକ ରାମଗିରି ଗ୍ରାମପଞ୍ଚାୟତ ଠାରେ l ଏହି ପଞ୍ଚାୟତର ଗୌଡ଼ସାହିରେ ବାସ କରୁଥିବା ରଘୁନାଥ ଗୌଡ଼ଙ୍କ ୨୯ ବର୍ଷୀୟ ଅବିବାହିତ ଝିଅ ସୁନିତା ଗୌଡ଼ ଆଜକୁ ପ୍ରାୟ ତିନି ବର୍ଷ ଧରି ବୃକକ୍ (କିଡ଼ନି ) ଜନିତ ରୋଗରେ ପୀଡିତ ହୋଇ ଘରେ ପଡିରହିଛନ୍ତି l ଏହି ସମୟ ମଧ୍ୟରେ ବ୍ରହ୍ମପୁର ଏମ୍ କେ ସି ଜି ରେ ୧୭ ଦିନ ଏବଂ ରାଜାରାଣୀ ନାମକ ଏକ ଘରୋଇ ମେଡିକାଲରେ ୯ ଦିନ ରହି ଚିକିତ୍ସା କରି ଦୁଇ ବୋତଲ ରକ୍ତ ଚଢେଇବା ପରେ ମଧ୍ୟ ଶରୀରରେ କିଛି ଉନ୍ନତି ହେଉନି ବୋଲି ସୁନିତା ଙ୍କ ଭାଇ କହିଥିଲେ l ଅଧିକ ଚିକିତ୍ସା ପାଇଁ ପାଖରେ ଟଙ୍କା ନାହିଁ କି ସ୍ୱାସ୍ଥ୍ୟକାର୍ଡ ରେ ଚିକିତ୍ସା ହେବା ପାଇଁ ପୀଡିତା ଙ୍କ ନାମରେ ସ୍ୱାସ୍ଥ୍ୟ କାର୍ଡ ନାହିଁ କାରଣ ସରକାରଙ୍କ ଦ୍ୱାରା ସ୍ୱାସ୍ଥ୍ୟସେବା ପାଇଁ ଉପଯୋଗୀ ହେଉଥିବା ରାସନ କାର୍ଡରେ ସୁନିତାଙ୍କ ନାମ ଯୋଡ଼ିତ ନଥିବାରୁ ଆୟୁଷ୍ମାନ କାର୍ଡ ମଧ୍ୟ ହୋଇପାରୁନି ଯାହା ଫଳରେ ଅଧିକ ଚିକିତ୍ସା ପାଇଁ ରାଜ୍ୟ କିମ୍ବା ରାଜ୍ୟ ବାହାରକୁ ନେଇପାରୁନାହାନ୍ତି ପରିବାର ଲୋକ l ବାପା ପାଞ୍ଚ ବର୍ଷ ହେଲା ଟିଭି ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ l ରାମଗିରି ପ୍ରାଥମିକ ସ୍ଵାସ୍ତ୍ୟ କେନ୍ଦ୍ର ପୂର୍ବତନ ଡାକ୍ତର ବ୍ରଜରାଜ କର ନିଜ ଦରମାରୁ ଔଷଧ କିଣିଆଣି ରଘୁନାଥଙ୍କ ଚିକିତ୍ସା କରୁଥିଲେ l ସେ ଅନ୍ୟ ତ୍ରବଦଳି ହୋଇଗଲାପରେ ରଘୁନାଥଙ୍କ ପରିସ୍ଥିତି ଜଟିଳ ହୋଇଗଲା l ବାପା ଓ ମାଆଙ୍କ ବାର୍ଦ୍ଧକ୍ୟ ଭତ୍ତା ରୁ ଯାହା ମିଳେ ଏବଂ ଘରର ଏକ ମାତ୍ର ରୋଜଗାରିଆ ପୁଅ ଟୁକୁନା ଅଟୋ ଚଳେଇ ଯାହା ଟଙ୍କା ଆଣେ ପରିବାର ଚଲେଇବା ସହିତ ବାପା ଓ ଭଉଣୀର ଚିକିତ୍ସା ରେ ଖର୍ଚ୍ଚ ହୋଇଯାଏ l ସ୍ୱାସ୍ଥ୍ୟ କାର୍ଡ ଟିଏ ହେଲେ ଝିଅକୁ ଅଧିକ ଚିକିତ୍ସା କରେଇବେ ବୋଲି ରାସନ କାର୍ଡରେ ଝିଅର ନାମ ଯୋଡିବା ପାଇଁ ମାଆ ଓ ଭାଇ ବହୁତ ଚେଷ୍ଟା କରି ମଧ୍ୟ ବିଫଳ ହୋଇ ଶେଷରେ ଆଖିର ଲୁହ ଆଖିରେ ଚାପି ମୁଣ୍ଡରେ ହାତ ଦେଇ ଭଗବାନଙ୍କ ହାତକୁ ନିଜ ଝିଅର ଜୀବନ ଟେକିଦେଇଛନ୍ତି ପରିବାର ଲୋକ l ଏହି ପରିବାର ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ଯେତେବେଳେ ଝିଅର ଚିକିତ୍ସା କରିବାକୁ ବାହାରନ୍ତି ସାହିର କିଛି ଭଦ୍ର ବ୍ୟକ୍ତି ଟଙ୍କା ବାହାର କରି ସେମାନଙ୍କୁ ଦିଅନ୍ତି l ସୁନିତାଙ୍କ ପରିବାରକୁ ସରକାରୀ ସହାୟତା ଏବଂ ଆୟୁଷ୍ମାନ କାର୍ଡ ପାଇବାରେ ଜିଲ୍ଲା ପ୍ରଶାସନ ସାହାଯ୍ୟ କରିଥିଲେ ସୁନିତାଙ୍କ ଉନ୍ନତ ଚିକିତ୍ସା ହୋଇପାରିବ ବୋଲି ଗୌଡ଼ସାହି ଓ ରାମଗିରି ବାସୀ ଅନୁରୋଧ କରିଛନ୍ତି l ଯଦି କୌଣସି ଅନୁଷ୍ଠାନ କିମ୍ବା ସ ହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାଉଁ ଛନ୍ତି ଏହି ନମ୍ୱର୍ ରେ 8895851803 ଯୋଗାଯୋଗ କରିବାପାଇଁ ଟୁକୁନା ଗୌଡ଼ ଅନୁରୋଧ କରିଛନ୍ତି ।