ଗଞ୍ଜାମ ଜିଲ୍ଲାରେ ବିକାଶର ନଗ୍ନ ଚିତ୍ର ! ପାଣି ପାଇଁ ଛଟପଟ ମହିଳା ଏବଂ ଶିଶୁ !ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବରଡ଼ାବିଲି ଗ୍ରାମରେ ଦୀର୍ଘ ୩୦ ବର୍ଷ ଧରି ପାନୀୟ ଜଳ ସମସ୍ୟାର ସମାଧାନ ହୋଇନଥିବା ଘଟଣା ଏବେ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ପ୍ରତିଦିନ ପାଣି ମୁନ୍ଦେ ପାଇଁ ଗ୍ରାମର ମହିଳା ଓ ଶିଶୁମାନେ ନାହିଁ ନଥିବା ଦୁଃଖ ଭୋଗ କରୁଛନ୍ତି ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବାରମ୍ବାର ପ୍ରଶାସନ ଏବଂ ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇପାରିନାହିଁ । ମହିଳାମାନେ ଅନେକଥର ସ୍ଥାନୀୟ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ କରିଥିଲେ ମଧ୍ୟ କୌଣସି ସରକାରୀ ବାବୁ ଗ୍ରାମକୁ ଆସି ସ୍ଥିତି ପରିଦର୍ଶନ କରୁନାହାନ୍ତି କିମ୍ବା ପାନୀୟ ଜଳ ପାଇଁ ଯଥାଚିତ ବ୍ୟବସ୍ଥା କରୁନାହାନ୍ତି ।ଏହି ଘଟଣା ସରକାରଙ୍କ ଗ୍ରାମୀଣ ବିକାଶ ଓ ପାନୀୟ ଜଳ ଯୋଜନାର ସଫଳତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । ଗ୍ରୀଷ୍ମ ପ୍ରବାହ ବଢ଼ୁଥିବା ବେଳେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଆହୁରି ଗୁରୁତର ହେଉଛି । ତୁରନ୍ତ ସରକାର ଓ ସ୍ଥାନୀୟ ପ୍ରଶାସନ ଏହାପ୍ରତି ଦୃଷ୍ଟି ଦେଇ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।ଗଣେଶ ପାଣିଗ୍ରାହୀ ରିପୋର୍ଟ ।
ଗଞ୍ଜାମ ଜିଲ୍ଲାରେ ବିକାଶର ନଗ୍ନ ଚିତ୍ର ! ପାଣି ପାଇଁ ଛଟପଟ ମହିଳା ଏବଂ ଶିଶୁ !
