ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରେ ଡକାୟତି ଯୋଜନା ଭଣ୍ଡୁର, ୫ ଜଣ ଗିରଫ; ପିସ୍ତଲ ଓ ଜୀବନ୍ତ ବୋମା ଜବତବ୍ରହ୍ମପୁରରେ ଡକାୟତି ପାଇଁ ଯୋଜନା କରୁଥିବା ୫ ଜଣ ଗିରଫ – ପିସ୍ତଲ ଓ ଜୀବନ୍ତ ବୋମା ଜବତ୨୫/୨୬.୦୫.୨୦୨୬ ରାତିରେ ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ବଡ଼ବଜାର ଥାନା ପୁଲିସକୁ ସୂଚନା ମିଳିଥିଲା ଯେ, ବ୍ରହ୍ମପୁର ତାଳମେଣ୍ଟୁ ଛକ ନିକଟସ୍ଥ ଆଇନାବନ୍ଧ ପୋଖରୀ ପାଖରେ କିଛି ଅସାମାଜିକ ତତ୍ତ୍ୱ ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଛନ୍ତି।ସୂଚନାକୁ ଆଧାର କରି ପୁଲିସ ଟିମ୍ ପ୍ରାୟ ରାତି ୩ଟା ୩୦ ମିନିଟ୍ ସମୟରେ ସେଠାରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୁରୁଣା ବ୍ରହ୍ମପୁର ଗ୍ରାମ ଓ ଆଖପାଖ ଅଞ୍ଚଳରେ ଡକାୟତି/ଲୁଟ କରିବା ପାଇଁ ଆଲୋଚନା ଓ ପ୍ରସ୍ତୁତି କରୁଥିବା ୫ ଜଣଙ୍କୁ ପୁଲିସ କାବୁ କରିଥିଲା।ଗିରଫ ଅଭିଯୁକ୍ତମାନେ:୧. ଶିବ ଶଙ୍କର ପାଲେଇ (୨୩), ପିତା – ଭଗବାନ ପାଲେଇ, ଆଠଗଡ଼ପାଟଣା, କବିସୂର୍ଯ୍ୟନଗର ଥାନା।୨. ଅଶୋକ ବେହେରା ଓରଫ ବଙ୍ଗରା ଅଶୋକ (୨୩), ପିତା – ଭାଗ୍ୟ ବେହେରା, ଶ୍ରୀରାମ ନଗର ୨ୟ ଲାଇନ, ବଡ଼ବଜାର ଥାନା।୩. ଓମ୍ ଦାସ (୨୧), ପିତା – କେଦାର ଦାସ, ରଘୁପତି ନଗର ୩ୟ ଲାଇନ, ବଡ଼ବଜାର ଥାନା।୪. ଏନ୍. ପ୍ରସାଦ ପାତ୍ର (୨୩), ପିତା – ଏନ୍. ମାଧବ ପାତ୍ର, ରାମ ନଗର ୧ମ ଲାଇନ, ଲାଞ୍ଜିପଲ୍ଲୀ, ବୈଦ୍ୟନାଥପୁର ଥାନା।୫. କାଳିଆ ସାହୁ (୨୨), ପିତା – ନୀଳାଞ୍ଚଳ ସାହୁ, ଅଙ୍କୁଶପୁର, ବ୍ରହ୍ମପୁର ସଦର ଥାନା।ଜବତ ସାମଗ୍ରୀ:• ଗୋଟିଏ ସିଙ୍ଗଲ୍ ସଟ୍ ପିସ୍ତଲ• ଦୁଇଟି ହିରୋ ଗ୍ଲାମର ମୋଟରସାଇକେଲ (ଲାଲ ଓ ନୀଳ ରଙ୍ଗ) – ନମ୍ବର ପ୍ଲେଟ୍ ବିହୀନ• ୩ଟି ଲୋହା ଖଡ଼ଗ• ଗୋଟିଏ ଲୋହା ରଡ୍• ୩ଟି ଜୀବନ୍ତ ବୋମା• ମଦ ବୋତଲ, ଲଙ୍କା ଗୁଣ୍ଡ, ଟର୍ଚ୍ଚ ଲାଇଟ୍ ସହ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀଏହି ଘଟଣାରେ ବଡ଼ବଜାର ଥାନା କେସ୍ ନଂ- ୩୪୭/୨୦୨୬ ରେ BNS ଧାରା ୧୧୧/୩୧୦(୪)/୩୧୦(୫) ସହ Arms Act ଧାରା ୨୫(୧)(a), ୨୫(୧-B), ୨୫(୬) ଏବଂ Explosive Substances Act ଧାରା ୪ ଓ ୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି।ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଦାଲତକୁ ପଠାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରେ ଡକାୟତି ଯୋଜନା ଭଣ୍ଡୁର, ୫ ଜଣ ଗିରଫ;
