ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ସଘନ ସଂଶୋଧନ ତାଲିମ ଶିବିର l

ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ସଘନ ସଂଶୋଧନ ତାଲିମ ଶିବିର l

ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ସଘନ ସଂଶୋଧନ ତାଲିମ ଶିବିର l

ଆସିକା :(୨୬/୫/୨୬ )(ଗଣେଶ ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ବ୍ଲକ ସଭା ଗୃହ ରେ ଦୁଇ ଦିନ ଧରି ସ୍ୱତନ୍ତ୍ର ସଘନ ସଂଶୋଧନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏ ଇ ଆର ଓ ତଥା ତହସିଲଦାର ଲମ୍ବୋଦର ମାରାଣ୍ଡି, ଏ ଇ ଆର ଓ ତଥା ଅତିରିକ୍ତ ବି ଡି ଓ ଭବାନୀ ଶଙ୍କର ପ୍ରଧାନ,କଲ୍ୟାଣ ଅଧିକାରୀ ଅନନ୍ୟା ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ 134 ଜଣ ସୁପରଭାଇଯର ଓ ବି ଏଲ ଓ ଙ୍କୁ ଆସନ୍ତା 30 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଥିବା ଏସ ଆଇ ଆର ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବି ଏଲ ଓ ମାନେ ପ୍ରତ୍ୟେକ ଗୃହ ପରିଦର୍ଶନ କରି ଭୋଟର ଗଣନା କରିବେ ସେଥିପାଇଁ ତାଲିମ ପ୍ରଦାନ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯୋଗ୍ୟ ନିର୍ବାଚକ ଙ୍କ ନାମକୁ ଭୋଟର ତାଲିକାରେ ସମ୍ମିଳିତ କରିବା ସହିତ ଅଯୋଗ୍ୟ ଓ ଦ୍ୱିତୀୟ ପଞ୍ଜୀକରଣ କୁ କିପରି ରୋକାଯାଇ ପାରିବ। ଗଣେଶ ପାଣିଗ୍ରାହୀ ରିପୋର୍ଟ