ରାୟଗଡ ଟ୍ରକ ମାଲିକ ସଙ୍ଘ ର ବିଭିନ୍ନ ପଦପଦବୀ ନିମନ୍ତେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ
ରାୟଗଡ ( info media) ରାୟଗଡ ଟ୍ରକ ମାଲିକ ସଙ୍ଘ ର ବିଭିନ୍ନ ପଦ ପଦବୀ ନିର୍ବାଚନ ନିମନ୍ତେ ଚଳ ଚଞ୍ଚଳ ଟ୍ରକ ମାଲିକ ସଙ୍ଘ l ରାୟଗଡ ଟ୍ରକ ମାଲିକ ସଙ୍ଘ ର ସଭାପତି ଭାବେ ଗତ ତିନି ବର୍ଷ ଧରି ଦାୟିତ୍ୱ ନେଇ ସଙ୍ଘ ପାଇଁ କାମ କରି ସଙ୍ଘ କୁ ମଜବୁତ ସ୍ଥିତି କୁ ଆଣିପାରିଛନ୍ତି କୋଣ୍ଡା ବାବୁ l ସଫଳତାର ସହ ସମ୍ପନ୍ନ ହୋଇଯାଇଛି।ସୂଚନା ଯୋଗ୍ୟଯେ ଗତ ତିନି ବର୍ଷ ମଧ୍ୟରେ ରାୟଗଡ଼ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଅନେକ ଜନକଲ୍ୟାଣମୂଳକ କାର୍ଯ୍ୟ କରାଯାଇଛି. ସେଥିପାଇଁ ମଧ୍ୟ୍ୟ ରୁ ରକ୍ତଦାନ ଶିବିର,ଚକ୍ଷୁ ଚିକିତ୍ସା ଶିବିର,ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ସହିତ ଟ୍ରକ ଚାଳକ ଓ ହେଲପେର ଙ୍କ ଉନ୍ନତି ପ୍ରତିମଧ୍ୟ ଧ୍ୟାନ ଦେବା ଏଥିସହିତ, ଯେକୌଣସି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେଲେ ମାଲିକ ଙ୍କୁ ସାହାଯ୍ୟ ସହିତ ଦୁର୍ଘଟଣା ରେ ଆହତ ଚାଳକ କିମ୍ବା ହେଲପେର ଙ୍କୁ ଚିକିତ୍ସା ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ପ୍ରଦାନ ସହ ଅନେକ ସାମାଜିକ କାର୍ଯ୍ୟରେ ସଂଘ ସହଯୋଗ କରିଆସୁଛି ବୋଲି କୋଣ୍ଡା ବାବୁ କହିଛନ୍ତି । ଏଥିସହିତ ମାଲିକ ମାନ ଙ୍କ ନିମନ୍ତେ ଏକ ସଙ୍ଘ ର ଅଫିସ କୋଠା କପିଳାସ ଛକ ନିକଟରେ ବନାଇବା ରେ ସକ୍ଷମ ହୋଇପାରିଛି l ସମାଜ ବିଭିନ୍ନ ଦୈବୀଦୁର୍ବିପାକ ସମୟରେ ସାହାଯ୍ୟ କରିବା ରେ ସକ୍ଷମ ହୋଇପାରିଛି ସଙ୍ଘ l କୋଣ୍ଡା ବାବୁ ନିଜ ପ୍ରତକ୍ରିୟା ରେ କହିଛନ୍ତି ଜେ ଏହି ସଫଳତା ସମସ୍ତ ମାଲିକ ଙ୍କ ସହଯୋଗ ବିନା ସମ୍ଭବ ନଥିଲା. କିନ୍ତୁ ଅଳ୍ପ କେତକ କାମ ବାକି ରହିଛି ଜଦି ଟ୍ରକ ମାଲିକ ମନେ ମୋତେ ପୁନର୍ବାର ସଭାପତି ଭାବେ ନିର୍ବଚିତ କରନ୍ତି ତାହା ହେଲେ ତାହା ମୁଁ ପୂରଣ କରିବି ବୋଲି. କହିଛନ୍ତି l ସେ ପୁଣି କହିଛନ୍ତି ଜେ ଦୀର୍ଘ 45 ବର୍ଷ ଧରି ଯାହା ହୋଇନଥିଲା ତାହା ବିଗତ ତିନି ବର୍ଷ ରେ ହୋଇଛି ବୋଲି କହିଥିଲେ l ଆଗକୁ ମଧ୍ୟ ଆମେ ସମସ୍ତେ ଏମିତି ଏକାଠି ହୋଇ ସମାଜର ମଙ୍ଗଳ ପାଇଁ କାମ କରିବା ପାଉନ ଉପଯୁକ୍ତ ବ୍ୟକ୍ତି କୁ ସଭାପତି ଭାବେ ନିର୍ବାଚିତ କରିବା ନିମନ୍ତେ ଟ୍ରକ ମାଲିକ ଙ୍କୁ ନିବେଦନ କରିଥିଲେ l ଏହି ନିର୍ବାଚନ ପ୍ରକ୍ରିୟା କୁ ପରିଚାଳନା ନିମନ୍ତେ ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ବ୍ରଜସୁନ୍ଦର ନାୟକ ଓ ସହ ନିର୍ବାଚନ ଅଧିକାରୀ ଭାବେ ନୀଳାଞ୍ଚଳ ବିଶୋଇ ଓ. ଆଇନଜୀବୀ ପ୍ରଶାନ୍ତ ପଣ୍ଡା ଙ୍କ ତତ୍ୱାବଧାନ ରେ ନିର୍ବାଚନ ନିମନ୍ତେ ନାମାଙ୍କନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା l ଏହି ନିର୍ବାଚନ ରେ ସଭାପତି ନିମନ୍ତେ ୟାଲା ଭେଙ୍କଟେସ୍ବସର ରାଓ ଓରଫ କୋଣ୍ଡା ବାବୁ, ଵି ମନମୋହନ, ଏମ ଶ୍ରୀନିବାସ ରାଓ ଓ ସୋମେଶ୍ୱର ପାତ୍ର 4 ଜଣ , ଉପସଭାପତି ନିମନ୍ତେ ଵି ଶଙ୍କର ରାଓ, କୋଟା ସୁରି ବାବୁ, ଵି ରମେଶ, ମୁଚି ଶ୍ରୀନିବାସ ଓ ଏସ ରାବନା 5ଜଣ , ସାଧାରଣ ସମ୍ପାଦକ ନିମନ୍ତେ ଏସ ଶଙ୍କର ରାଓ ଦୋରା,ପ୍ରଶାନ୍ତ କୁମାର ବିଶୋଇ,ଭି ଜି ଭି ପ୍ରସାଦ,ରାମ ମୋହନ ଗୋପାଳ ସେଠି ଓ କେ ଜାନକୀ ରାମେୟା 5 ଜଣ , ଯୁଗ୍ମ ସମ୍ପାଦକ ନିମନ୍ତେ ଜେ ପ୍ରଶାନ୍ତ, ପନିକ ରାଓ ମହାନନ୍ଦିଆ, ରେଡି ସତ୍ୟ ନାରାୟନା ଓ ଏଲ ରାଜେଶ୍ୱରୀ 4 ଯଣ ଓ କୋଷାଧକ୍ଷ ନିମନ୍ତେ ପ୍ରଶାନ୍ତ କୁମାର ସାମଲ, ପି ରବି ଓ ଏ ଆର ଜଗନ୍ନାଥ 3 ତନି ଯଣ ନାମାଙ୍କନ ଦାଖଲ କରିଥିବା ନିର୍ବାଚନ ଅଧିକାରୀ ବ୍ରଜ ନାୟକ ସୂଚନା ଦେଇଛନ୍ତି l ନିର୍ବାଚନ ଅଧିକାରୀ ପୁଣି କହିଛନ୍ତି ଜେ ଆସନ୍ତା କାଲି, 27 ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ଓ 28 ତାରିଖରେ ନାମାଙ୍କନ ପତ୍ର ର ପ୍ରତ୍ୟାହାର କରାଯିବ ପରେ ଚୂଡାନ୍ତ ତାଲିକା ଘୋଷଣା କରାଯିବ ଓ, 30ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କହିଛନ୍ତି lରାୟଗଡ. ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
