ମହାପ୍ରଭୁଙ୍କ ତୁଳସୀ ସେବାରେ ନିୟୋଜିତ ଭକ୍ତମାନେ – ରଥଯାତ୍ରା ପାଇଁ ଗଞ୍ଜାମ ଜିଲ୍ଲାରୁ ପୁରୀକୁ ଗଲା ବିଶାଳ ତୁଳସୀ ମାଳା
ଗଞ୍ଜାମ: ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ପାଇଁ ଗଞ୍ଜାମ ଜିଲ୍ଲାର ବହୁ ଭକ୍ତ ଶ୍ରଦ୍ଧାର ସହ ବିଶାଳ ତୁଳସୀ ମାଳା ପ୍ରସ୍ତୁତ କରି ପୁରୀ ଶ୍ରୀମନ୍ଦିରକୁ ପଠାଇଛନ୍ତି।ଭକ୍ତମାନେ ନିଷ୍ଠା, ଭକ୍ତି ଓ ଆଧ୍ୟାତ୍ମିକ ଭାବନାରେ ତୁଳସୀ ପତ୍ର ସଂଗ୍ରହ କରି ସୁନ୍ଦର ଭାବେ ମାଳା ଗାଁଥିଥିଲେ। ଏହି ପବିତ୍ର ତୁଳସୀ ମାଳା ମହାପ୍ରଭୁଙ୍କ ସେବାରେ ଲାଗିବାକୁ ଯାଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ପରିବେଶ ଦେଖିବାକୁ ମିଳିଥିଲା।ଭକ୍ତମାନଙ୍କ କହିବା ଅନୁସାରେ, ମହାପ୍ରଭୁଙ୍କ ସେବାରେ ସାମିଲ ହେବା ସେମାନଙ୍କ ପାଇଁ ପରମ ସୌଭାଗ୍ୟ ଓ ଆଧ୍ୟାତ୍ମିକ ତୃପ୍ତିର ବିଷୟ।ରିପୋର୍ଟ: ଗଣେଶ ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲା।
