ମହେନ୍ଦ୍ରଗିରି ପାଦ ଦେଶରେ ପିକଅପ ଭ୍ୟାନ ଦୁର୍ଘଟଣା, 20 ଜଣ ଆହତ, 5 ଗୁରୁତର ।

ମହେନ୍ଦ୍ରଗିରି ପାଦ ଦେଶରେ ପିକଅପ ଭ୍ୟାନ ଦୁର୍ଘଟଣା, 20 ଜଣ ଆହତ, 5 ଗୁରୁତର ।

ମହେନ୍ଦ୍ରଗିରି ପାଦ ଦେଶରେ ପିକଅପ ଭ୍ୟାନ ଦୁର୍ଘଟଣା, 20 ଜଣ ଆହତ, 5 ଗୁରୁତର ।

ଗଜପତି,24/5 (ମନୋଜ କୁମାର ପାଢୀ):

ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ପାଦଦେଶରେ ଏକ ପିକଭ୍ୟାନ ଦୁର୍ଘଟଣା ଘଟି 20 ଜଣ ଶ୍ରମିକ ଆହତ ହୋଇଥିବା ବେଳେ 5 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣାଟି ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅଧୀନ ସାପୁଆଖତ ନିକଟରେ ଗତକାଲି ରାତିରେ ଘଟିଛି. ଏକ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କିଛି ଶ୍ରମିକ ବିହାରର ବୋଲି ଜଣାପଡ଼ିଛି ୨୫ ଜଣ ଶ୍ରମିକ ମହେନ୍ଦ୍ରଗିରି ପାହାଡ଼ ଉପରକୁ ଟେଣ୍ଟ୍ କାମ କରିବାକୁ ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ଭ୍ୟାନ୍‌ଟି କୌଣସି କାରଣରୁ ଓଲଟି ପଡ଼ିଥିଲା। ଅଞ୍ଚଳବାସୀ ଓ ସ୍ଥାନୀୟ ଡ୍ରାଇଭର୍ ସଂଘ କର୍ମକର୍ତ୍ତାଗଣ ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ 5 ଜଣ ଗୁରୁତରମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।