ବୁଗୁଡ଼ା ୨୫/୦୫/୨୬ ବୁଗୁଡ଼ା ବ୍ଲକରେ ମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ଯର ମାରାଥନ ଉଦଘାଟନ ସହିତ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବୁଗୁଡ଼ା ବ୍ଲକ କଳମ୍ବ ପଞ୍ଚାୟତର ଡେଙ୍ଗାପଦର ଗ୍ରାମକୁ ରାଜସ୍ୱ ଭାବେ ମନ୍ତ୍ରୀ ଘୋଷଣା କରିଛନ୍ତି।ପ୍ରଥମେ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଅନ୍ତନିର୍ମାଣ ଯୋଜନା ଆନୁକୂଲ୍ୟରେ ବୁଗୁଡ଼ା ଗୋଷ୍ଠୀ ଜନସ୍ବାସ୍ଥ୍ୟ କେନ୍ଦ୍ରର ଉଦଘାଟନ,ପାଙ୍ଗିଡି ଗ୍ରାମ ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଯୋଜନା ଆନୁକୂଲ୍ୟରେ କଳମ୍ବ ପାଙ୍ଗିଡି ରାସ୍ତାର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ,କଳମ୍ବ ପଞ୍ଚାୟତର ସୁନାକେରା ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ୧ ଓ ପ୍ରାଥମିକ ବିଦ୍ୟାଳୟର ଶୁଭ ଉଦଘାଟନ , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା କଳମ୍ବ ଗ୍ରାମରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ଉଦଘାଟନ,ଡେଙ୍ଗାପଦର ଗ୍ରାମ ଠାରେ ୪ ଗୋଟି ଅଙ୍ଗନବାଡ଼ି ଓ ୧୧ ଗୋଟି ପ୍ରାଥମିକ କୃଷି ସମବାୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ତାଙ୍କ କରକମଳରେ କରିଥିଲେ। ଦିର୍ଘ ବର୍ଷ ଧରି କଳମ୍ବ ପଞ୍ଚାୟତର ଡେଙ୍ଗାପଦର ଗ୍ରାମବାସୀ ଡେଙ୍ଗାପଦର ଗ୍ରାମକୁ ରାଜସ୍ୱ ଗ୍ରାମ କରିବା ପାଇଁ ବାରମ୍ବାର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ ତାହା ହୋଇପାରି ଆସୁନଥିଲା। ରାଜ୍ୟରେ ନୂତନ ସରକାର ଗଠନ ପରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦେଇଥିବା ପ୍ରତିଶ୍ରୁତି ଆଜି ପାଳନ କରି ଡେଙ୍ଗାପଦର ଗ୍ରାମକୁ ରାଜସ୍ୱ ଗ୍ରାମ ଭାବେ ଘୋଷଣା କରିଥିଲେ। ଏହାସହିତ ଗ୍ରାମର ପାନୀୟ ଜଳ,କଇଁଆ ଆଗୁଳ ବନ୍ଧ ସହିତ ଜମିକୁ ଜଳସେଚନ ଭଳି ବିଭିନ୍ନ ସମସ୍ୟା ରହିଥିବା ବେଳେ ଏହାରି ଉପରେ ଲୋକଙ୍କ ସହିତ ଆଲୋଚନା କରି ଏହାର ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ। ଏହାପରେ ୧୩ ଜଣଙ୍କୁ ପଟା,୧୭୩ ଜଣଙ୍କୁ ରାସନକାର୍ଡ ଓ ୬୦ ଜଣଙ୍କୁ ଭତ୍ତା ବଣ୍ଟନ କରିଥିଲେ। ସମସ୍ତ ଗ୍ରାମର ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ ମନ୍ତ୍ରୀ ଶ୍ରୀ ମଲ୍ଲିକ। ଏବିଡିଓ ଧର୍ମରାଜ ପରିଡ଼ା,ଏଟିଓ ସୁନନ୍ଦ ଶେଖର ସାହାଣୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ,ସମିତି ସଭ୍ୟ ସୁଶାନ୍ତ କୁମାର ସେଠୀ, ଯୁବନେତା କାହ୍ନୁଚରଣ ଗୌଡ, କେଦାରନାଥ ମହାରଣା, କୃଷ୍ଣ ଚନ୍ଦ୍ର ମହାପାତ୍ର, ରବିନ୍ଦ୍ର ପରିଡ଼ା, ସୁନୀଲ ପାଢ଼ୀ, କାର୍ତ୍ତିକ ମଙ୍ଗଳ, ଭଗବାନ ଜେନା, ସଞ୍ଜୟ ଜେନା, ସାନ୍ତନୁ ନାୟକ, ରବିନ୍ଦ୍ରନାଥ ପ୍ରଧାନ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ଡେଙ୍ଗାପଦରକୁ ରାଜସ୍ବ ଗ୍ରାମ ଘୋଷଣା ସହିତ ବିଭିନ୍ନ କାର୍ଯ୍ଯର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ।
