ଗାଲଗଣ୍ଡା ଓ ଗୁରା ସାହି ଗ୍ରାମରେ ସୁରକ୍ଷିତ ପାନୀୟ ଜଳ ପ୍ରକଳ୍ପ ଓ ବାସଗୃହ ଉଦଘାଟନ କାର୍ଯ୍ୟକ୍ରମ ।

ଗାଲଗଣ୍ଡା ଓ ଗୁରା ସାହି ଗ୍ରାମରେ ସୁରକ୍ଷିତ ପାନୀୟ ଜଳ ପ୍ରକଳ୍ପ ଓ ବାସଗୃହ ଉଦଘାଟନ କାର୍ଯ୍ୟକ୍ରମ ।

ଗାଲଗଣ୍ଡା ଓ ଗୁରା ସାହି ଗ୍ରାମରେ ସୁରକ୍ଷିତ ପାନୀୟ ଜଳ ପ୍ରକଳ୍ପ ଓ ବାସଗୃହ ଉଦଘାଟନ କାର୍ଯ୍ୟକ୍ରମ ।

ଗଜପତି (ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ରାୟଗଡ ବ୍ଲକର ଜିରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗାଲଗଣ୍ଡା ଓ ଗୁରା ସାହି ଗ୍ରାମରେ ଲିନ୍ସି ଫାଉଣ୍ଡେସନ ଏବଂ ସହଯୋଗୀ ସଂସ୍ଥା ସିସିଡି , ଗଜପତି , ସହଯୋଗରେ ସୁରକ୍ଷିତ ଓ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ସହିତ ୧୧ ଟି ବାସଗୃହ ଘରର ଉଦଘାଟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ରାୟଗଡ଼ ବ୍ଲକ ବିଡିଓ: ଶ୍ରୀ ସନ୍ତୋଷ କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପର ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମରେ ଶ୍ରୀମତୀ ରିସ୍ପା ଭୂୟାଁ, ଜିରାଙ୍ଗ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରିସ୍ପା ଭୂୟାଁ , ସିସିଡି’ର ନିର୍ଦ୍ଦେଶକ-ଶ୍ରୀ ଏ: ଜଗନ୍ନାଥ ରାଜୁ , ଜେଏସଏସ: ର ନିର୍ଦ୍ଦେଶକ ଶ୍ରୀ ଜୀବନ ଦାସ ଙ୍କ ସମେତ ଜିରାଙ୍ଗ ପଞ୍ଚାୟତର ପିଇଓ:, ଭିଡିସି: ସଦସ୍ୟ , ସମାଜର ବରିଷ୍ଠ ବ୍ୟକ୍ତିବର୍ଗ , ମହିଳା ଗୋଷ୍ଠୀ , ଯୁବ ସଦସ୍ୟ ଓ ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।ନବନିର୍ମିତ ସୁରକ୍ଷିତ ଓ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ’ଟି ସୋଲାର ସହାୟତା-ପ୍ରାପ୍ତ ବୋରୱେଲ ମାଧ୍ୟମରେ ଗ୍ରାମବାସୀ’ଙ୍କୁ ନିୟମିତ ଭାବେ ସ୍ୱଚ୍ଛ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି। ଏହା ଦ୍ୱାରା ଗ୍ରାମର ସ୍ୱାସ୍ଥ୍ୟ , ପରିଷ୍କାର- ପରିଚ୍ଛନ୍ନତା ଓ ଜୀବନ ମାନରେ ଉନ୍ନତି ଆସି ପାରିବ ବୋଲି ଆଶା କରାଯାଇଛି।ଏହି ପ୍ରକଳ୍ପ ଯୋଗୁଁ ମୋଟ ୪୧ ଟି ପରିବାର ସିଧାସଳଖ ଭାବେ ଉପକୃତ ହୋଇଛନ୍ତି।ଗ୍ରାମବାସୀ ମାନେ ଏହି ପ୍ରକଳ୍ପ ପ୍ରତି ଖୁସି ବ୍ୟକ୍ତ କରି କହିଥିଲେ ଯେ, ଏହା ମହିଳା ଓ ଶିଶୁ ମାନଙ୍କ ଦୂର ଦୂରାନ୍ତରୁ ପାଣି ଆଣିବାର କଷ୍ଟକୁ ନିଶ୍ଚିତ ଭାବେ ହ୍ରାସ କରିବ।ଏହି କାର୍ଯ୍ୟକ୍ରମ ଅବସରରେ ଲିନ୍ସି ଫାଉଣ୍ଡେସନର ସହଯୋଗରେ ନିର୍ମିତ ୧୧ ଟି ଘର’ର ମଧ୍ୟ ଉଦଘାଟନ କରା ଯାଇଥିଲା। ପ୍ରତ୍ୟେକ ପରିବାର’କୁ ସୁରକ୍ଷିତ ଓ ସ୍ଥାୟୀ ଜୀବନ ଯାପନ ପାଇଁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରା ଯାଇଥିଲା। ଏହି ସହାୟତାରେ ଲାଭାନ୍ବିତ ପରିବାର ମାନେ ଶୌଚାଳୟ , ରନ୍ଧନ ଓ ଘର ନିର୍ମାଣ ସହ ଘରର ଆବଶ୍ୟକ ମରାମତି କାମ କରି ସ୍ୱଚ୍ଛତା , ସୁରକ୍ଷା ଓ ମର୍ଯ୍ୟାଦା ପୂର୍ଣ୍ଣ ଜୀବନ ବ୍ୟବସ୍ଥା ସୁନିଶ୍ଚିତ କରି ପାରିଛନ୍ତି।ମୁଖ୍ୟ ଅତିଥି ବିଡିଓ: ଶ୍ରୀ ସନ୍ତୋଷ କୁମାର ବାରିକ , ସିସିଡି ସଂଗଠନ’ର ସମାଜ ଉନ୍ନୟନ ଓ ଜନକଲ୍ୟାଣ ମୂଳକ ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ସେ ସୁରକ୍ଷିତ ପାନୀୟ ଜଳ , ପରିଷ୍କାର-ପରିଚ୍ଛନ୍ନତା ଓ ସ୍ଥାୟୀ ଘର ଗ୍ରାମୀଣ ଉନ୍ନତି ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ।ସରପଞ୍ଚ ଶ୍ରୀମତୀ ରିସ୍ପା ଭୂୟାଁ , ସିସିଡି ସଂଗଠନ’ର ଏଭଳି ଗୁଣାତ୍ମକ କାର୍ଯ୍ୟକ୍ରମକୁ ଭୁରିଭୁରି ପ୍ରଶଂସା କରିଥିଲେ ଏବଂ ଅସହାୟ ପରିବାର ମାନଙ୍କ ଜୀବନ-ମାନର ଉନ୍ନତି ପାଇଁ ଲିନ୍ସି ଫାଉଣ୍ଡେସନର ସହଯୋଗ’କୁ ଧନ୍ୟବାଦ ଜଣାଇଥିଲେ।ସିସିଡି ପକ୍ଷରୁ କୁହା ଯାଇଥିଲା ଯେ , ସଂସ୍ଥା ଆଗାମୀ ଦିନରେ ମଧ୍ୟ ସମୁଦାୟ , ପଞ୍ଚାୟତିରାଜ ସଂସ୍ଥା ଓ ବିକାଶ ସହଯୋଗୀ ମାନଙ୍କ ସହ ମିଳିତ ଭାବେ ଗ୍ରାମୀଣ ଜୀବିକା , ସ୍ୱାସ୍ଥ୍ୟ , ପରିଷ୍କାର ପରିଚ୍ଛନ୍ନତା , ଶିଶୁ ସୁରକ୍ଷା ଓ ଶିଶୁବନ୍ଧବ ଗ୍ରାମ ଗଠନ ଦିଗରେ କାର୍ଯ୍ୟକ୍ରମ ଗୁଡ଼ିକ ନିଶ୍ଚିତ ଭାବେ ଜାରି ରଖିବ।ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।