ଆକ୍ରମଣକାରୀ ଯୁବକ ପୋଲିସ ଗୁଳିରେ ଗୁରୁତର ଅବସ୍ଥାରେ ବଡ଼ଡାକ୍ତରଖାନା ରେ ଭର୍ତ୍ତି।
ଗତ ସୋମବାର ରାତିରେ ଟାଉନ ଥାନା ଅର୍ନ୍ତଗତ ଗିରି ରୋଡ୍ ରାସ୍ତାରେ ଘଟିଥିବା ମାରଣାନ୍ତକ ଆକ୍ରମଣ ମାମଲାରେ ଦୁଇ ଯୁବକ ଗିରଫ ହୋଇ ଜେଲ୍ ଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଅନ୍ୟତମ ଅଭିଯୁକ୍ତ ମୁକେଶ ସାହୁ କୁ ପୋଲିସ ସହର ବାହାରେ ଗିରଫ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଅଭିଯୁକ୍ତ ମୁକେଶ ପୋଲିସ କୁ ଆକ୍ରମଣ କରି ଚମ୍ପଟ୍ ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ପୋଲିସ ତାକୁ ଏନ୍କାଉଣ୍ଟର କରିଥିଲେ। ଯାହା ଫଳରେ ତାର ଦୁଇ ଗୋଡ଼ରେ ଗୁଳି ବାଜି ସେ ଗୁରୁତର ଆହତ ବର୍ତ୍ତମାନ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି। ଅନ୍ୟ କିଛି ଅଭିଯୁକ୍ତ ପୋଲିସ ପଞାରେ ଅଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
