ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସଆଇଆର୍) ପାଇଁ ଜିଲ୍ଲା ସ୍ତରୀୟ ବୈଠକ ।

ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସଆଇଆର୍) ପାଇଁ ଜିଲ୍ଲା ସ୍ତରୀୟ ବୈଠକ ।

ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସଆଇଆର୍) ପାଇଁ ଜିଲ୍ଲା ସ୍ତରୀୟ ବୈଠକ ।

ଗଜପତି, ତା.୧୯.୦୫.୨୦୨୬(ମନୋଜ ପାଢ଼ୀ)ସାରା ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସଆଇଆର୍) ଲାଗୁ କରାଯାଇଛି। ଏହିକ୍ରମରେ ଗଜପତି ଜିଲ୍ଲାରେ ଏସଆଇଆର୍ ଆରମ୍ଭ ହେବ। ଏଥି ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସଆଇଆର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅନଧିକୃତ ପ୍ରବାସୀ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ ଦେବା । ଏଥିରେ ମୃତ ବ୍ୟକ୍ତିଙ୍କ ନାମ ଏବଂ ଡୁପ୍ଲିକେଟ ନାମଗୁଡିକୁ ଚିହ୍ନଟ କରାଯାଇ ତାଲିକାରୁ ହଟାଯିବ। ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରାଯିବ। ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ବୃଦ୍ଧି କରିବା ପାଇଁ ଏସଆଇଆର ଲାଗୁ କରାଯାଉଛି। ନୂଆ ବୁଥ ସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜର ନିଯୁକ୍ତି ପାଇଁ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କୁ ତଳିମ୍ ଦିଆଯିବ । ଏହାସହ ବୁଥ ସ୍ତରୀୟ ଏଜେଣ୍ଟଙ୍କ ତାଲିକା ପ୍ରଦାନ କରିବା ପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ଅନୁରୋଧ କରାଯାଇଛି। ରାଜନୈତିକ ଦଳ ସେମାନଙ୍କ ମତାମତ ଜିଲ୍ଲାପାଳ କିମ୍ବା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ)ମାନଙ୍କୁ ଲିଖିତ ଆକାରରେ ଜଣାଇବା ପାଇଁ ଅନୁରୋଧ କରାଯାଇଥିଲା। ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସେମାନଙ୍କ ବୁଥ ସ୍ତରୀୟ ଅଧିକାରୀଙ୍କ ସହ ମ୍ୟାପିଙ୍ଗ ଏବଂ ଏସଆଇଆର ସମ୍ପର୍କରେ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଚଳିତ ମେଇ ୩୦ ରୁ ଜୁନ୍ ୨୮ ମଧ୍ୟରେ ବିଏଲଓଙ୍କ ଦ୍ଵାରା ଘର ଘର ବୁଲି ଭୋଟର୍ ତାଲିକା ତଥ୍ୟ ସଂଗ୍ରହ କରିବେ। ଏହାସହ ମ୍ୟାପିଙ୍ଗ ଏବଂ ଏସଆଇଆର ପ୍ରକ୍ରିୟାରେ ମତଦାତା ସଂଶୋଧନ କାମକୁ ଦ୍ୱାୟିତ୍ୱର ସହ ତୁଲାଇବା ପାଇଁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ମୁନିଦ୍ର ହୋନନାଗା,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଶ୍ରୀମତୀ ସୁଚିସ୍ମିତା ମାଝୀ ,ସହକାରୀ ଜିଲ୍ଲାପାଳ (ନିର୍ବାଚନ ବିଭାଗ) ଶ୍ରୀ ମୋନଜ କୁମାର ପଟ୍ଟନାୟକ ଓ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।