ଡ଼ି.ଏଲ.ଏସ.ଏ. ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ ।

ଡ଼ି.ଏଲ.ଏସ.ଏ. ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ ।

ଡ଼ି.ଏଲ.ଏସ.ଏ. ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ ।

ଗଜପତି,୨୦.୫(ମନୋଜ ପାଢ଼ୀ)-:ଆଜି ଉପାନ୍ତ ଜିଲ୍ଲା ଗଜପତିର ଦୁର୍ଗମ ଅଞ୍ଚଳ ଡୁମ୍ବାଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ରାଉଳ ଉପସ୍ଥିତ ଜନସାଧାରଣଙ୍କୁ ବିକଳ୍ପ ବିବାଦ ସମାଧାନ ପ୍ରଣାଳୀରେ ମାମଲାର ସମାଧାନ, ସ୍ଥାୟୀ ଲୋକ ଅଦାଲତର କାର୍ଯ୍ୟ ପ୍ରଣାଳୀ, ଡ଼ି.କେ.ବସୁ ବନାମ ପଶ୍ଚିମବଙ୍ଗ ରାଜ୍ୟ ସରକାର ମାମଲାରେ ଆସିଥିବା ବିଭିନ୍ନ ନିର୍ଦ୍ଦେଶାବଳୀ ତଥା ବାଲ୍ୟ ବିବାହକୁ ନେଇ ସଚେତନ କରିବା ସହ ବିଭିନ୍ନ ଆଇନ କାନୁନ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସାଇବର କ୍ରାଇମ ତଥା ସରକାରଙ୍କର ବିଭିନ୍ନ ଯୋଜନା ସମ୍ବନ୍ଧରେ ସମସ୍ତଙ୍କୁ ସୂଚନା ଦେଇଥିଲେ। ସେହିପରି ପାରଳାଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ଜିତୁ ପଟ୍ଟନାୟକ, ଏବ୍ୟୁତ ରଇତ ଉପସ୍ଥିତ ଜନସାଧାରଣଙ୍କୁ ବିଭିନ୍ନ ଆଇନ ବିଷୟରେ ସଚେତନ କରିଥିଲେ। ସର୍ବଶେଷରେ ସ୍ଥାନୀୟ ସରପଞ୍ଚ ବି. ଗମାଙ୍ଗୋ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। ପାରା ଲିଗାଲ ଭଲ୍ୟୁଣ୍ଟର ଶଶୀରେଖା ବିଷୋୟୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ତଥା ଡୁମ୍ବାଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମଟି ସଫଳତାର ସହ ଶେଷ ହୋଇଛି।