ସମୀକ୍ଷା ତ୍ରିପାଠୀ ୨୦୨୪ରୁ୨୬ ବର୍ଷ ପାଇଁ ଗଣିତ ରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ରେ ସ୍ଵର୍ଣ୍ଣ ପଦକ ବିଜେତା ଗୌର ହାସଲ କରିଛନ୍ତି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଦେଶଭଟଲି ଗ୍ରାମ ର ବିଷିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ସାଧୁରାମ ତ୍ରିପାଠୀ, ଶିକ୍ଷୟତ୍ରୀ ମିନାକ୍ଷୀ ପଣ୍ଡା ଙ୍କ ଝିଅ ସମୀକ୍ଷା ତ୍ରିପାଠୀ। ସମ୍ବଲପୁର ବିଶ୍ଵବିଦ୍ୟାଳୟ ର ୨୦୨୪ ରୁ ୨୦୨୬ ଶିକ୍ଷାବର୍ଷ ପିଜି ପରୀକ୍ଷା ଗଣିତ ରେଜଲ୍ଟ ପ୍ରକାଶିତ ହୋଇଛି। ସେଥିରେ ସମୀକ୍ଷା ତ୍ରିପାଠୀ ଗଣିତ ରେ ୯.୬୮ ସିଜିପିଏ ରଖି ସମଗ୍ର ସମ୍ବଲପୁର ବିଶ୍ଵବିଦ୍ୟାଳୟ ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ +୩ ପଢୁଥିବା ବେଳେ ଗଣିତ ରେ ୯.୭୮ ସିଜିପିଏ ରଖି ସମ୍ବଲପୁର ବିଶ୍ଵବିଦ୍ୟାଳୟ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେ ଓଡ଼ିଶା ସୋସାଇଟି ନ୍ୟୁୟର୍କ୍ ଆମେରିକା (ଓସାନି) ଆୱର୍ଡ ମଧ୍ଯ ପାଇଥିଲେ। ସେ ଉଚ୍ଚ ବିଦ୍ୟାଳୟ ଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ବିଭିନ୍ନ ସମୟ ରେ ପୁରସ୍କୃତ ହୋଇ ଆସୁଛନ୍ତି। ଏହି ସଫଳତା ପାଇଁ ତାଂକର କାକା ଏଡ୍ଭୋକେଟ ଯଦୁରାମ ତ୍ରିପାଠୀ ସମେତ ଶିକ୍ଷକ ଶିକ୍ଷୟିତ୍ରୀ, ସହପାଠୀ, ଶୁଭେଚ୍ଛୁ, ହିତାକାଂକ୍ଷୀ ମାନଙ୍କ ଠାରୁ ଶୁଭେଚ୍ଛା ଓ ଅଭିନଂଦନ ବାର୍ତ୍ତା ସମୀକ୍ଷା ତ୍ରିପାଠୀ ପାଇବାରେ ଲାଗିଛନ୍ତି।